ରାୟଗଡ଼ା ( ରବୀନ୍ଦ୍ର ନାଥ ମହାପାତ୍ର)-ଏକ ଲୋମହର୍ଷଣ କାରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ମେରିଙ୍ଗି ଗ୍ରାମରେ। ୨୫ ତାରିଖ ରବିବାର ସଂନ୍ଧ୍ୟାରେ ଛଅ ଜଣ ନାବାଳକ ଗୋଟିଏ ନାବାଳକ କୁ ବାଲି ପଟାରେ ପୋତିଦେଇ ରଖିଥିଲେ। ପୋତିହୋଇଥିବା ନାବାଳକ ର ଶରିର ର ବେକ ପର୍ଯ୍ୟନ୍ତ ବାଲି ଭିତରେ ପୋତି ହୋଇ ରହିଥିବା ବେଳେ ପୋତି ଦେଇଥିବା ଛଅ ଉପହାସ କରି ନାବାଳକ ଛଟପଟ ହେଉଥିବା ଦେଖି ରହୁଥିଲେ। ଏପରିକ ନାବାଳକ ଭିଡିଓ ମଧ୍ୟ ଉତୋଳନ କରୁଥିଲେ। ପୋତି ହୋଇ ରହିଥିବା ନାବାଳକ କୁ କାହାକୁ କହିଲେ ପୁଣି ଏଭଳି କରିବୁ ବୋଲି ଧମକାଇ ରଖୁଥିଲେ। ନାବାଳକ ଜଣକ ପ୍ରାଣ କୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଛଟପଟ ହେଉଥିଲେ। ଦୀର୍ଘ ସମୟ ଧରି ନାବଳକ ଜିବକ ବିକଳ ହୋଇ ରହିଥିବା ବେଳେ ଛଅ ଜଣକ ସର୍ତ ରାଜି ହେବା ପରେ ପୋତିଦେଇଥିବା ଛଅ ଜଣ ନାବାଳକ କୁ ବାଲିଭତିରୁ କାଡି ଛାଡିଥିଲେ। ନାବାଳକ ନଦେଖାଯିବାରୁ ନାବାଳକ ର ଅଜାଘର ଲୋକେ ଖୋଜାଖୋଜି କରୁଥିଲେ। ନାବାଳକ ର ନିଜ ଘର ପଦ୍ମପୁର ବ୍ଲକ୍ ଖିଲାପଦର ଗ୍ରାମ ରହିଥିବା ବେଳେ ଗୁଣପୁର ବ୍ଲକ ମେରିଙ୍ଗ ଗ୍ରାମରେ ରହି ପାଢୁପଢୁଥିବା ଜଣାପଡିଛି। ରାତ୍ରି ୧୦ ଟା ସମୟରେ ନାବାଳକ ଘରେ ପହଞ୍ଚି ଭୟରେ କାନ୍ଦୁଥିଲେ। ବାଲି ଭିତରେ ପୋତି ରଖିଥିବା ଭିଡିଓ ଘଟଣା ର ଭିଡିଓ ଭାଇରଲ୍ ପରେ ନାବାବାଳକର ବାପା ମା ଦେଖି ଗୁଣପୁର ଥାନାର ଦ୍ବାରସ୍ତ ହୋଇଥିଲେ। ଗୁଣପୁର ପୋଲିସ୍ ଘଟଣାର ତଦନ୍ତ କରି ଛଅ ଜଣକୁ ଗିରଫ କରି ଗୁରୁବାର ଗୁଣପୁର କୋର୍ଟ ଚାଲାଣ କରିଛନ୍ତି । ଛଅ ଜଣଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଥିବା ରୁ ସେମାନଙ୍କୁ ରାୟଗଡ଼ା ଜୁବିନାଲ କୋର୍ଟ ରେ ହାଜର କରାଯିବା ନେଇ ପୋଲିସ୍ ପକ୍ଷରୁ ଜଣାପଡିଛି। ଗୁଣପୁର କୋର୍ଟ ରେ ୧୮୩ ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା ଦଫା ରେ ନାବାଳାକର ବୟାନ ରେକର୍ଡ କରାଯାଇଛି। ଛଅ ଜଣ ଟ୍ରାକ୍ଟର ଯୋଗେ ମେରିଙ୍ଗି ନିକଟ ସାନନଦୀ ରୁ ବାଲି ଉଠାଣ ପାଇଁ ଯାଇଥିଲେ l ନାବାଳକ କୁ ବାଲି ଉଠାଇବା ପାଇଁ କହିଥିଲେ l ନାବାଳକ ମନା କରି ଗାଳିଗୁଲଜ କରିବାରୁ ଛଅ ଜଣ ଉତ୍ୟକ୍ତ ହୋଇ ବାଲିରେ ପୋତି ରଖିଥିଲେ ବୋଲି ନାବାଳକ ର ବାପା ରମେଶ ଶବର କହି ଛନ୍ତି।
ମୋବାଇଲ ରୀଲ୍ ଖେଳ କୁ ନେଇ …ପିଲାଖେଳ ହେଲା କାଳ, ନଦୀ ବାଲି ପଟାରେ ନାବାଳକକୁ ପୋତିଦେଲେ ସାଙ୍ଗ, ବଞ୍ଚିଗଲା ନାବାଳକର ଜୀବନ
By Charcha News












