ରାଜ୍ୟରେ ପ୍ରତିଷ୍ଠା ହେବ ୩ ଆୟୁର୍ବେଦ ଏଵଂ ୨ ହୋମିଓପାଥି ମେଡିକାଲ କଲେଜ। ଏଥିପାଇଁ ଜିଲ୍ଲାପାଳମାନଙ୍କ ସହ ସମନ୍ଵୟ ରଖି ଜାଗା ଚିହ୍ନଟ ପାଇଁ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି, ରାୟଗଡ଼ା, ମାଲକାନଗିରିରେ ଆୟୁର୍ବେଦିକ କଲେଜ ଓ ନୟାଗଡ଼, ନୂଆପଡ଼ାରେ ହେବ ହୋମିଓପାଥି ମେଡିକାଲ କଲେଜ।
BY-SUBHASMITA DT-19.4.2026
ଭୁବନେଶ୍ୱର :ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଖୁବ୍ ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ଆୟୁର୍ବେଦ ଓ ୨ଟି ହୋମିଓପାଥି ମେଡିକାଲ କଲେଜ।
ଏହି କଲେଜଗୁଡ଼ିକ ପାଇଁ ଜମି ଚିହ୍ନଟ କାମ ଆରମ୍ଭ ହୋଇଥିବା ବେଳେ, ଜିଲ୍ଲାପାଳମାନଙ୍କ ସହ ସମନ୍ୱୟ ରଖି ଶୀଘ୍ର ସ୍ଥାନ ନିର୍ଦ୍ଧାରଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ମିଳିଛି।ସରକାରୀ ଯୋଜନା ଅନୁଯାୟୀ, ଗଜପତି, ରାୟଗଡା ଓ ମାଲକାନଗିରିରେ ଆୟୁର୍ବେଦିକ କଲେଜ ସ୍ଥାପିତ ହେବାକୁ ଥିବା ବେଳେ, ନୟାଗଡ ଓ ନୂଆପଡାରେ ହୋମିଓପାଥି ମେଡିକାଲ କଲେଜ ଗଠନ କରାଯିବ। ଏହି ପଦକ୍ଷେପ ଦ୍ୱାରା ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି। ସେହିସହିତ, ଦୂରଦାରାଜ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଶିକ୍ଷା ଓ ଚାକିରିର ସୁଯୋଗ ପାଇପାରିବେ।
ଉଲ୍ଲେଖନୀୟ ଯେ, ଏନେଇ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବଜେଟ ଭାଷଣରେ ଏହାକୁ ସ୍ପଷ୍ଟ କରିଥିଲେ। ଏବେ ପ୍ରଶ୍ନ ଉଠୁଛିଏହି ପ୍ରକଳ୍ପ କେତେ ଶୀଘ୍ର ଭୂମିସ୍ତରରେ କାର୍ଯ୍ୟକାରୀ ହେବ ଓ ଲୋକମାନେ କେବେ ଏହାର ଲାଭ ପାଇବେ?
ଚର୍ଚ୍ଚା news











