ପ୍ରଶାନ୍ତ ରାଉଳ
କୋଲକାତା
ସକାଳେ ଘଟିଗଲା ଏକ ମର୍ମନ୍ତୁଦ ଦୁର୍ଘଟଣା। ରେଲିଂ ଭାଙ୍ଗି ବସ୍ଟି କେନାଲ ଭିତରକୁ ଖସିପଡ଼ିଲା। ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ରାଜାରହାଟର ଖାଡୋଆ କେନାଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀ ଏବଂ ବସ୍ ଯାତ୍ରୀମାନେ ଅଭିଯୋଗ କରିଛନ୍ତି8 ଯେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ। ହଠାତ୍ ସେ ନିୟନ୍ତ୍ରଣ ହରାଇଥିଲେ। ତୁରନ୍ତ ଯାତ୍ରୀ ଭର୍ତ୍ତି ବସ୍ଟି ଖଡିବାଡି ହାଡୋଆର କେନାଲ ଭିତରକୁ ଖସିପଡ଼ିଲା। ଅନେକ କହୁଛନ୍ତି ଯେ ବସ୍ଟି ଓଭରଟେକ କରୁଥିବା ସମୟରେ0 ଏହି ଦୁର୍ଘଟଣା ଘଟିଗଲା। ଦୁର୍ଘଟଣାଗ୍ରସ୍ତ ବସ୍ର ଯାତ୍ରୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜାରହାଟ ଥାନାର ପୋଲିସ ଘଟଣାସ୍ଥଳାରେ ପହଞ୍ଚିଥିଲା। ଦୁର୍ଘଟଣାରେ ୪6 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ବାକିମାନଙ୍କୁ ଛାଡି ଦିଆଯାଇଛି। ପୋଲିସ ଜଣାଇଛି ଯେ ଦୁର୍ଘଟଣାର କାରଣକୁ ନେଇ ତଦନ୍ତ କରାଯାଉଛି।
ରାଜ୍ୟ ପଶ୍ଚିମବଙ୍ଗର ରାଜାରହାଟରେ ରେଲିଂ ଭାଙ୍ଗି କେନାଲରେ ଖସିପଡ଼ିଲା ବସ୍, ଗୁରୁତର ଆହତ 46 ରୁ ଉର୍ଦ୍ଧ୍ ଯାତ୍ରୀ ଯାତ୍ରୀ
By Charcha News











