ରାୟଗଡ଼ା / ରବିନ୍ଦ୍ର ନାଥ ମହାପାତ୍ର :-
ରାୟଗଡ଼ା ଜିଲ୍ଲା ଗୁଣପୁର ଆଦର୍ଶ ଥାନା ପୋଲିସ ର ବଡ ସଫଳତା। ବ୍ୟବାର୍ତ୍ତା ଛକ ନିକଟରୁ ସ୍କୁଟି ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ ଘଟଣା ଜଣେ ଲୁଟେରା କୁ ଗିରଫ କରିବା ସହ ତା ଠାରୁ ଦୁଇ ଲକ୍ଷ ଟଙ୍କା ସହ ବ ଏକ କଳା ରଙ୍ଗର ବାଇକ କୁ ଜବତ କରିଛି ଗୁଣପୁର ପୋଲିସ।ଏହି ମାମଲାରେ ଜଣେ ଫେରା ଅଛି ଅତି ଶୀଘ୍ର ତାକୁ ମଧ୍ୟ ଧରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ପୋଲିସ ସୂଚନା ଦେଇଛି।ଲୁଟେରା ଜଣ କ ହେଲା ଏ ଆଜାନ ରାଓ ବାୟସ ୩୩ ।ଘର ଆସ୍କା ଏରିଆ ବୋଲି ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ ଗତ 9 ତାରିଖ ଦିନ ପାଖାପାଖି ସମୟ ଗୋଟେ କୋଡ଼ିଏ (1ଟ20) ବେଳେ ରମାକାନ୍ତ ମହାପାତ୍ର ନାମକ ଜଣେ ବ୍ୟକ୍ତି ଇଣ୍ଡିଆନ ବ୍ୟାଙ୍କ ରୁ ନଗଦ ୩ଲକ୍ଷ ଟଙ୍କା ଉଠାଇ ଆଣି ନିଜ ସ୍କୁଟି ରେ ରଖିଥିଲେ।ତେବେ ବ୍ୟବର୍ତା ଛକ ନିକଟରେ ଜିନିଷ କିଣିବା ପାଇଁ ଦୋକାନ କୁ ଯିବା ଭିତରେ ଲୁଟେରା ତାଙ୍କ ଡିକି ଭାଙ୍ଗି ନଗଦଟଙ୍କା ଲୁଟ କରିଥିବା ଜଣା ପଡିଛି। ଟଙ୍କା ଲୁଟ ପରେ ଗୁଣପୁର ଥାନା ରେ ୯ସେପ୍ଟମ୍ଭର ମାମଲା ରୁଜୁ କରିଥିଲେ ରମାକାନ୍ତ।କେସ ନମ୍ୱର୍ 203 ରେ ଏତଲା ହୋଇଥିଲା ।ଏହାପରେ ଆଇଆଇସି କେକେବିକେ କହଁର ଙ୍କ ନିର୍ଦ୍ଧେଶରେ ଏସଆଇ ରଞ୍ଜିତ ତ୍ରିପାଠୀ ,ବିଘେନଶ୍ୱର୍ ସହୁ ଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ସିସିଟିଭି ଫୁଟେଜ ରେ ଖୋଜାଖୋଜି କରିବା ପରେ ଜଣେ ଲୁଟେରା କୁ ଆସ୍କା ଅଞ୍ଚଳରୁ ଧରି ଆଉ ଜଣେ ଫେରରା ଅଛି।ଫେରାର କୁ ଅତି ଶୀଘ୍ର ପୋଲିସ ଧରି ବାନ୍ଧିବ ବୋଲି କହିଛି।ବୁଧବାର ଅପରାହ୍ନ ସମୟ ରେ ଅଭିଯୁକ୍ତ କୁ କୋର୍ଟ ଫରୱାର୍ଡ କରିଛି ପୋଲିସ। ତେବେ ଲୁଟେରା ଠାରୁ ନଗଦ ୨ ଲକ୍ଷ ଉଦ୍ଧାର ହୋଇଥିବା ନଗଦ ରମାକାନ୍ତ ମହାପାତ୍ର ଙ୍କୁ ଫେରସ୍ତ କରିଛି। କେସ ର ଅଧିକ ତଦନ୍ତ ଚାଲିଛି।ବୋଲି ଗୁଣପୁର ପୋଲିସ ସୂଚନା ଦେଇଛି।
ଵ୍ୟବର୍ତ୍ତା ଛକ ନିକଟରୁ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ ଘଟଣା ଜଣେ ଲୁଟେରା ଗିରଫ
By Charcha News











