ଉଦଳା, : ( ରାଜୀବ କୁମାର ବେହେରା ) ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର PM SHRI Government High School, ଖୁଣ୍ଟା ହଷ୍ଟେଲରେ ରାଗିଂ ଘଟଣା ଘଟିଥିବା ଅଭିଯୋଗ ସମ୍ମୁଖକୁ ଆସିଛି। ସୂଚନା ଅନୁଯାୟୀ, ସପ୍ତମ ଶ୍ରେଣୀର ୮ରୁ ୯ ଜଣ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ବାହାରେ ଆଣ୍ଠେଇ ରଖାଯାଇଥିଲା।
ଅଭିଯୋଗ ଅନୁସାରେ, ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ପଛପଟେ ଖେଳିବାକୁ ନେଇ ଏହି ରାଗିଂ କରିଥିବା କୁହାଯାଉଛି। ଆଣ୍ଠେଇ ଦେବା ସହ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ଆସିଛି। ଘଟଣା ପରେ ପୀଡ଼ିତ ଛାତ୍ରମାନେ ଭୟଭୀତ ଅବସ୍ଥାରେ ଥିବା ସୂଚନା ମିଳିଛି।
ଘଟଣା ପ୍ରକାଶ ପାଇବା ପରେ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ହଷ୍ଟେଲରେ ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ହଷ୍ଟେଲ ଭିତରେ ଏପରି ଘଟଣା କିପରି ଘଟିଲା, ସେଥିପାଇଁ ପ୍ରଶାସନୀୟ ଅବହେଳା ଥିଲା କି ନାହିଁ ତାହା ନେଇ ଚର୍ଚ୍ଚା ଚାଲିଛି। ତେବେ ଘଟଣା ପରେ ଖୁଣ୍ଟା ପୋଲିସ ଅଧିକାରୀ ପହଂଚି ଘଟଣାର ତଦନ୍ତ କରିଥିବା ସୂଚନା ରହିଛି l
ଶିକ୍ଷାଳୟ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଓ ଦୋଷୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସ୍କୁଲ ଓ ହଷ୍ଟେଲରେ ରାଗିଂ ଭଳି ଅସଭ୍ୟ ଆଚରଣକୁ ସମୂଳ ଦମନ କରିବା ପାଇଁ କଡା ନିରୀକ୍ଷଣ ଓ ସଚେତନତା ଆବଶ୍ୟକ ବୋଲି ସାଧାରଣ ମତ ପ୍ରକାଶ l
୭ମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗଖୁଣ୍ଟା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଘଟଣା, ତଦନ୍ତ ଆରମ୍ଭ
By Charcha News











