ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ବିକ୍ରମ ପୁର ଛକ ରେ ଗୁରୁବାର ଅପରାହ୍ନ ରେ ଏକ ଅଟୋ ରିକ୍ସା ଦୁର୍ଘଟଣା ରେ ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ୬ ଛାତ୍ର ଆହତ ହୋଇଥିବା ଜଣାପଡିଛି । ସ୍କୁଲ୍ ଛୁଟି ପରେ ଏହି ଅଟୋ ୬ଜଣ ପିଲାଙ୍କୁ ନେଇ କୁଜେନ୍ଦ୍ରୀ ପେଟ ଯାଉଥିବା ବେଳେ ବିକ୍ରମ ପୁର ଛକ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲା ।ଏହି ଦୁର୍ଘଟଣା ରେ ଜଣେ ୫ମ ଶ୍ରେଣୀ ର ପି:ସିଦ୍ଧାର୍ଥ ଗୁରୁତର ଆହତ ହୋଇଥିବାରୁ ତାଙ୍କ ପରିବାର ଲୋକେ ତାକୁ ଶ୍ରୀକାକୁଲମ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ୪ ଜଣ ଙ୍କୁ ଗୁଣପୁର ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରାଯାଇଛି ଓ ସମସ୍ତେ ସୁସ୍ଥ ଥିବା ଚିକିତ୍ସା କରିଥିବା ଡଃ ନିଶି କ୍ରାନ୍ତ ସାହୁ କହିଛନ୍ତି ।ଦୁର୍ଘଟଣା ରେ ଆହତ ଛାତ୍ର ଛାତ୍ରୀ ହେଲେ କୁଜେ ନ୍ଦ୍ରୀ ଗ୍ରାମ ର ଚତୁର୍ଥ ଶ୍ରେଣୀ ରେ ପଢୁଥିବା କେ:ଚେତନା , ସପ୍ତମ ଶ୍ରେଣୀର କେ: ବାଲ ଦିତ୍ୟା ଓ ସି ଏ ଚ: ସତିକ ଓ ୫ମ ଶ୍ରେଣୀ ର ପି:ସିଦ୍ଧାର୍ଥ ଓ ସିଦ୍ଧାର୍ଥ ସାହୁ ବୋଲି ଜଣାପଡିଛି । ଅଟୋ ଚାଳକ ଫେରାର ଥିବା ଜଣାପଡିଛି ।
|











