Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Monday, May 4
    Facebook X (Twitter) YouTube Instagram
    Trending
    • କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’
    • ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
    • ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ
    • ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ
    • ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ
    • ଆଜିର ରାଶିଫଳ :
    • ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ
    • ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି
    • ରାୟଗଡା ରେ ମାଟ୍ରିକ ରିଯେଲଟ ୯୬.୫ ପ୍ରତିଶତ,ମନସ୍ଵିନୀ ଦାସ ହେଲେ ଟପ୍ପର :
    • ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ :
    • ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର
    • ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
    • ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି
    • ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ବିଶେଷ»ଆଜି ଓଡ଼ିଆ ଜାତି ପାଇଁ ଗୌରବର ଦିନଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏହି ଅବସରରେ କଟକ ଜିଲ୍ଲାର ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି।

    ଆଜି ଓଡ଼ିଆ ଜାତି ପାଇଁ ଗୌରବର ଦିନଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏହି ଅବସରରେ କଟକ ଜିଲ୍ଲାର ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି।

    By Charcha NewsApril 28, 2026
    Share
    Facebook Twitter Email WhatsApp

    ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି।

    ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏଥିପାଇଁ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

    BY-SUBHASMITA-28.4.2026

    କଟକ :ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ |ଓଡ଼ିଆ ଜାତିର ପ୍ରଥମ ସ୍ନାତକ ଏବଂ ବିଦେଶରେ ଶିକ୍ଷା ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ଭାବେ ମଧୁବାବୁ ଇତିହାସ ଗଢ଼ିଥିଲେ। ବିଦେଶରେ ଉଜ୍ଜ୍ୱଳ ଭବିଷ୍ୟତ ଥିଲେ ସତ୍ୟ, ସେ ସେହି ସୁଯୋଗକୁ ତ୍ୟାଗ କରି ନିଜ ମାଟି ଓ ଲୋକଙ୍କ ସେବା ପାଇଁ ଓଡ଼ିଶାକୁ ଫେରିଥିଲେ। କଟକ ଓ ସତ୍ୟଭାମାପୁରକୁ କର୍ମଭୂମି କରି ସେ ଓଡ଼ିଶାର ଅସ୍ମିତା, ସଂସ୍କୃତି ଓ ସ୍ବାଭିମାନ ପାଇଁ ଜୀବନ ନିବେଦନ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନରୁ ଆରମ୍ଭ କରି ଓଡ଼ିଆ ଭାଷା ଓ ପରମ୍ପରାର ସୁରକ୍ଷା ପର୍ଯ୍ୟନ୍ତପ୍ରତ୍ୟେକ ସଂକଟକାଳୀନ ସମୟରେ ସେ ଚଟାଣ ଭଳି ଦଢ଼ ହୋଇ ଦାଣ୍ଡାଇଥିଲେ। ସେହିପାଇଁ ତାଙ୍କୁ “ଓଡ଼ିଆ ଜାତିର ପିତା” ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଏହି ଦିନକୁ ସମଗ୍ର ରାଜ୍ୟରେ “ସ୍ବାଭିମାନ ଦିବସ” ଭାବେ ପାଳନ କରାଯାଉଛି। କଟକର ଗୋରାକବର ସ୍ଥିତ ସମାଧି ପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଭିନ୍ନ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କର ଅମର ଅବଦାନକୁ ସ୍ମରଣ କରି ସଭା ଓ ଚର୍ଚ୍ଚାର ଆୟୋଜନ ହୋଇଥିଲା। ମଧୁବାବୁଙ୍କ ଜୀବନ ଆମକୁ ଶିଖାଏ ନିଜ ମାଟି ପାଇଁ କାମ କରିବା ହିଁ ସତ୍ୟ ସଫଳତା। ତାଙ୍କର ଆଦର୍ଶ ଆଜି ମଧ୍ୟ ଓଡ଼ିଆ ଯୁବପିଢ଼ୀକୁ ପ୍ରେରଣା ଦେଇଆସୁଛି।ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି। କଟକ ଗୋରାକବରଠାରେ ମଧୁସୂଦନ ଦାସଙ୍କ ସମାଧି ପୀଠରେ ମଧ୍ୟ ମଧୁବାବୁଙ୍କ ଜନ୍ମଜୟନ୍ତୀଙ୍କୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା , ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଛନ୍ତି। ପ୍ରଥମେ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସଭାକାର୍ଯ୍ୟ  ଆରମ୍ଭ ହୋଇଥିଲା। 

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

    May 2, 2026 ଆଜିର ଖବର

    ଚର୍ଚ୍ଚାରେ ମାଟ୍ରିକ୍ ରେଜଲ୍ଟ : ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

    May 2, 2026 ଆଜିର ଖବର

    ମହାନଦୀ ଜଳ ବିବାଦ ମାମଲା ; ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି

    May 2, 2026 ଅନ୍ୟାନ୍ୟ

    ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ::

    May 2, 2026 ଅର୍ଥନୀତି

    ଅପରାଜିତ ମାତୃତ୍ୱ

    May 2, 2026 ବିଶେଷ

    ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ , ପିଲାମାନେ ଚାପମୁକ୍ତ ହେବା ପାଇଁ ସ୍ପେଶାଲ ଟିପ୍ସ

    May 2, 2026 ଆଜିର ଖବର

    ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି , ଏକାକୀ ଲଢ଼ିବ କଂଗ୍ରେସ : ଭକ୍ତ ଦାସ

    April 28, 2026 ଆଜିର ଖବର

    ଆସନ୍ତା କିଛି ଦିନରେ ପାଗରେ ଦେଖାଯିବ ବଡ଼ ପରିବର୍ତ୍ତନ: ବର୍ଷା ସହିତ ଝଡ଼ ଓ ତୀବ୍ର ପବନର ସମ୍ଭାବନା

    April 28, 2026 ଆଜିର ଖବର

    ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

    April 28, 2026 ଆଜିର ଖବର

    ବ୍ୟାଙ୍କ କହିଲା ଲୋକ ଆସିଲେ ଟଙ୍କା ମିଳିବ

    April 28, 2026 ବିଶେଷ

    April 28, 2026 ଆଜିର ଖବର

    ଶ୍ରୀକ୍ଷେତ୍ରର ପବିତ୍ର ଧାମ ଶ୍ରୀଜଗନ୍ନାଥ ମନ୍ଦିରରେ ଏବେ ଭକ୍ତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ଦୃଶ୍ୟ ଚାଲିଛି ପବିତ୍ର ଚନ୍ଦନ ଯାତ୍ରା।

    April 28, 2026 ବିଶେଷ
    Watch YouTube

    You May Like

    କୋଲକାତାରେ ଆଜି ବିଜୟ ଶୋଭାଯାତ୍ରାକୁ ‘ନା’

    May 4, 2026

    ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

    May 4, 2026

    ତାମିଲନାଡୁରେ ଟିଭିକେ ସୁନାମି : ୧୦୪ ଆସନରେ ଆଗୁଆ

    May 4, 2026

    ପଶ୍ଚିମବଙ୍ଗରେ ବିଜେପିର ବଡ଼ ଲିଡ୍‌, କୁହୁକ ସଂଖ୍ୟା ଅତିକ୍ରମ

    May 4, 2026

    ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ

    May 4, 2026

    ଆଜିର ରାଶିଫଳ :

    May 4, 2026

    ସନ୍ଦୀପ ପାଠକଙ୍କ ବିରୋଧରେ ଦୁଇଟି ସଙ୍ଗୀନ ମାମଲା ରୁଜୁ ; ଆପ୍ ଛାଡ଼ି ବିଜେପିରେ ମିଶିବା ପରେ ବଢ଼ିଲା ଅଡୁଆ

    May 3, 2026

    ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

    May 3, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.