ବିଧାନସଭାରେ ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ । ଶୋକ ପ୍ରସ୍ତାବ ପରେ ହଙ୍ଗାମା ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ । ଦିନ ସାଢେ ୧୧ ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ।
by-SUBHASMITA-Dt-30-3-2026
ଭୁବନେଶ୍ଵର :Dt-30-3-2026 :: ଆଜି ମଧ୍ୟ ବିଧାନସଭାରେ ଅଚଳ ଅଚଳାବସ୍ଥା । ଗୃହରେ ବିରୋଧୀଙ୍କ ଜୋରଦାର ନାରାବାଜି । ଏସ୍ସିବି ତାତିରେ କମ୍ପିଲା ଗୃହ । ବିଧାନସଭାରେ ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ । ଶୋକ ପ୍ରସ୍ତାବ ପରେ ହଙ୍ଗାମା ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ । ଦିନ ସାଢେ ୧୧ ଟା ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ପ୍ରଶ୍ନକାଳରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।
ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଦୁଇ ବିରୋଧୀ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜିଦରେ ଅଟଳ ଅଛନ୍ତି। ଏସସିବିରେ ସୁସ୍ଥ ହେବାକୁ ଆସି ୧୩ ଜଣ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ବିଜେପି ସରକାରର ଉତ୍ତରଦାୟିତ୍ୱ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଯାହାକୁ ନେଇ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ ଦଳ ।
ଚର୍ଚ୍ଚା news












