BY-ରାଜୀବ କୁମାର ବେହେରା
ଉଦଳା – ଉଦଳା ଅଞ୍ଚଳ ରେ ଚଞ୍ଚଲ୍ୟ ଘଟଣା , ନାବାଳିକାକୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କୁ ନେଇ ମହାଭାରତ l ସୂଚନା ଅନୁସାରେ ଦୁଷ୍କର୍ମ କାରି ଜଣକ ସେହି ଗ୍ରାମର ୪୫ ବର୍ଷୀୟ କୁନା ସିଂ ଡ୍ରାଇଭର ପିତା ସପ୍ନା ସିଂ ଯିଏକି ବିବାହିତ ବୋଲି ଜଣା ପଡିଛି l
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଚୁଳିଆପୋଷି ରଘୁନାଥପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଫୁସୁଲାଇ ନେଇ ଦୁଷ୍କର୍ମ କରାଯାଇଥିବା ଏବଂ ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଥିବା ଅଭିଯୋଗକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣା ଲୋକଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
ପୀଡିତାଙ୍କ ପରିବାର ପକ୍ଷରୁ ଉଦଳା ଥାନାରେ ଲିଖିତ ଏତଲା ଦାଖଲ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାରର ଅଭିଯୋଗ ଅନୁଯାୟୀ, ନ୍ୟାୟ ପାଇଁ ସେମାନେ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ସନ୍ତୋଷଜନକ ପଦକ୍ଷେପ ନେଇଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିଛି।
ସ୍ଥାନୀୟ ଲୋକ ଓ ସାମାଜିକ ସଂଗଠନମାନେ କହିଛନ୍ତି ଯେ, ଯଦି ଅଭିଯୋଗ ପ୍ରମାଣିତ ହୋଇଛି ଏବଂ ଭିଡ଼ିଓ ସତ୍ୟ ପ୍ରମାଣିତ ହୋଇଛି,ତେବେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ସହ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଓ ସମସ୍ତ ଆଇନଗତ ସହାୟତା ଯୋଗାଇ ଦିଆଯିବା ଉଚିତ୍।
ଏପଟେ ପୀଡିତାଙ୍କ ପରିବାର ସ୍ପଷ୍ଟ କରିଛନ୍ତି ଯେ, ଯଦି ନିରପେକ୍ଷ ତଦନ୍ତ ଓ ଉପଯୁକ୍ତ ନ୍ୟାୟ ମିଳିବ ନାହିଁ, ତେବେ ସେମାନେ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବେ ଏବଂ ଶେଷରେ ଆତ୍ମହୁତି ଦେବା ନେଇ ଦୃଢ଼କ୍ତି ଜଣାଇ ଛନ୍ତି ।ବର୍ତ୍ତମାନ ସମସ୍ତଙ୍କ ନଜର ପୁଲିସର ତଦନ୍ତ ଉପରେ ରହିଛି।
ତେବେ ଦୁଷ୍କର୍ମ କରିଥିବା ବ୍ୟକ୍ତି ଉଦଳା ପୋଲିସ ଦୁଷ୍କର୍ମ କାରିକୁ ଧରି କେଉଁ ପ୍ରକାର ଦଣ୍ଡ ବିଧାନ କରୁଛି ଏବଂ ପୀଡିତା ପରିବାରକୁ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ଅଛି ଲ
ଚର୍ଚ୍ଚା news












