ଉଦଳା – ( ରାଜୀବ କୁମାର ବେହେରା ) – ମନ୍ଦିର ଲୁଟ ଘଟଣାର ଭୟ ଏଯାଏଁ ମନରୁ ଲିଭିନଥିବା ବେଳେ ପୁଣି ଉଦଳାରେ ଲୁଟେରାଙ୍କ ଦୁସାହସ। ଉଦଳା ନାଗପାଳ ଅଞ୍ଚଳରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ସର୍ବସ୍ବ ଲୁଟ କରି ଫେରାର ମାରିଛନ୍ତି।
ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନମ୍ବର ୱାର୍ଡରେ ତ୍ରିଲୋଚନ ବେହେରା ଙ୍କ ଘରେ ଏହି ଘଟଣା ଘଟିଛି। ତେବେ ସୂଚନା ଯାହା ରହିଛି ସରସ୍ବତୀ ପୂଜା ପାଇଁ ପରିବାର ସହ ୨ ଦିନ ପାଇଁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ବିଳମ୍ବିତ ରାତ୍ର ସମୟ ରେ ଘରର ପଛପାଖ ଦୁଆର ଭାଙ୍ଗି ଭିତରେ ପଶି ସବୁକିଛି ଲୁଟିନେଇଥିଲେ।
ଆଜି ଘରେ ଫେରି ଦେଖିବାକୁ ପାଇଥିଲେ ଘରର ଆସବାବପତ୍ର ଏଣେତେଣେ ପଡ଼ିଛି ଏବଂ ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର ସହ ନଗଦ ଟଙ୍କା ଲୁଟ ହୋଇଯାଇଛି।
ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ, ଲିଖିତ ଅଭିଯୋଗ ରେ ୧୦ ଭରି ସୁନା ଓ ୫୦ ହଜାର ଟଙ୍କା ସମ୍ପର୍କିତ ଅଭିଯୋଗ ଲିଖିତ ଅଭିଯୋଗ କୁ ଆଧାର କରି ଉଦଳା ପୋଲିସ ଓ ବାରିପଦା ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଘଟଣାକୁ ନେଇ ଉଦଳା ଥାନାରେ ୨୧/୨୬ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ଦୁଃଖର ବିଷୟ, ଏହା ପୂର୍ବରୁ ତିନୋଟି ମନ୍ଦିରରେ ଲୁଟ ଘଟଣା ଘଟିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଚୋର ଧରାପଡ଼ିନାହାନ୍ତି। ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଲୁଟ କରୁଥିବା ଘଟଣା ଉଦଳା ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଉଦଳାରେ ଲୁଟେରାଙ୍କ ଆତଙ୍କ, ଘରେ କେହି ନଥିବା ବେଳେ ସର୍ବସ୍ବ ଲୁଟ
By Charcha News












