ସାମ୍ବାଦିକ ରାଜୀବ କୁମାର ବେହେରା
ତାରିଖ- ୧୨-୦୩-୨୦୨୬
ଉଦଳା: ଉଦଳା ଲ୍ୟାମ୍ପ ପରିସରରେ ଅଭାବନୀୟ ଘଟଣା l ଧାନ ମଣ୍ଡିରୁ ଧାନ ଉଠାଣ ନହେବାକୁ ନେଇ ଉଦଳାରେ ଚାଷୀମାନଙ୍କ ଅସନ୍ତୋଷ ତୀବ୍ର ବୃଦ୍ଧି ପାଇଛି । ମେସେଜ୍ ଆସିଥିଲେ ମଧ୍ୟ ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ମଣ୍ଡିରୁ ଉଠାଯାଉନଥିବା ଅଭିଯୋଗ ହେଉଛି। ଏହାକୁ ନେଇ କ୍ଷୁବ୍ଧ ଚାଷୀମାନେ ଉଦଳା ଲ୍ୟାମ୍ପ କାର୍ଯ୍ୟାଳୟରେ ତାଲା ପକେଇ ପ୍ରତିବାଦ କରିଥିଲେ। ଅନ୍ୟପଟେ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଅନେକ ଚାଷୀଙ୍କ ଟୋକେନ୍ ଆସିନଥିବା ଅଭିଯୋଗ ରହିଛି। ଘରେ ବୁରାରେ ରଖା ଧାନ ଗଜା ହେବାକୁ ବସିଲାଣି ବୋଲି ଚାଷୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ନଷ୍ଟ ହେଵାକୁ ବସିଲାଣି ଅମଳ ଧାନ l ସରକାର ଧାନ ଏବଂ ଚାଷୀଙ୍କ ସୁବିଧା ପାଇଁ ଡେଙ୍ଗୁରା ପିଟୁ ଥିବା ବେଳେ ଚାଷୀ କୁଳ ଉଦଳା ଅଞ୍ଚଳ ରେ ଅଛନ୍ତି ହତାଶ l ପଚାରିଲେ କର୍ତ୍ତୃପକ୍ଷ କହୁଛନ୍ତି — “ସେପଟୁ ନିର୍ଦ୍ଦେଶ ଆସିଲେ ପରେ କାମ ହେବ।” ଚାଷୀଙ୍କ ଧାନ ଏଭଳି ପଡି ରହିଲେ ତାଙ୍କ ଦୁଃଖ ବୁଝିବେ କିଏ? ଶେଷରେ ବାଧ୍ୟ ହୋଇ ତାଲା ପକାଇ ଛନ୍ତି, ତେବେ ଖବର ପାଇ ଉଦଳା ବ୍ଲକ ଭାଇସଚେୟାରମ୍ୟାନ ରଜନୀ ଦାସ ପହଂଚି ଚାଷୀଙ୍କୁ ବୁଝା ସୁଝା କରି ଥିବା ବେଳେ , କପ୍ତିପଦା ଉପଖଣ୍ଡ ର ଉପଜିଲ୍ଲାପାଳ ଘଟଣା ସ୍ଥଳ ରେ ପହଂଚି ଚାଷୀଙ୍କ ସମସ୍ୟା ବୁଝିବା ସହିତ ଦୃଢ ପ୍ରତି ଶ୍ରୁତି ଦେବା ପରେ ତାଲା ବନ୍ଦ ଖୋଲି ଥିଲେ ଚାଷୀ l ତେବେ ଆଗକୁ ଦେଖିବାକୁ ବାକି ଅଛି ଦିଆଯାଇଥିବା ପ୍ରତିଶୃତି କେବେ ପୂରଣ ହେଉଛି ଆଉ ଚାଷୀ ଙ୍କ ସମସ୍ୟା କେବେ ପୂରଣ ହେଉଛି












