ଉଦଳା – ( ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ବଢିଚାଲିଛି ବେ ଧଡକ ଭାବେ “ଧଳା ଜହର” ର ପ୍ରଭାବ! ଗାଁ ରେ ଲମ୍ବିଛି ଧଳା ଜହର ବ୍ୟାପlରି ଙ୍କ ଭିଡ, ଧଳା ଜହର କବଳରେ ଯୁବ ପିଢ଼ି l ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି, ଏପରିକି ସୋସିଆଲ ମିଡିଆରେ ବିକ୍ରି ହେଉଥିବା ବେପାରୀ ଏବଂ ସ୍ଥାନ ମଧ୍ୟ ଭାଇରlଲ ହୋଇଛି ହେଲେ ପ୍ରଶାସନ ର କିଛି ଭ୍ରଷ୍ଟ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା ଏଠି ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି l ଯୁବପିଢ଼ି ହେଉଛନ୍ତି ପଥଭ୍ରଷ୍ଟ, ଅଭିଭାବକମାନେ ଚିନ୍ତାରେ, ସମାଜ ଆତଙ୍କରେ। କେଵେ ଏହି ଧଳା ଜହର ମାଫିଆ ଙ୍କ ଉପରେ ଉଚ୍ଚ ପଦସ୍ଥଅଧିକାରୀଙ୍କ ପଡିବ ନଜର l ସ୍ଥାନୀୟମାନଙ୍କ କଥା, କାହାର ହେଲେବି ପଡ଼ୁନି ଦୃଷ୍ଟି… ପ୍ରଶାସନ ହେଉଛି ନିଘୋଡ଼ ନିଦରେ। ରାସ୍ତା–ଛକ, ଗଲଳି –ପଡ଼ିଆ, ସ୍କୁଲ–କଲେଜ ନିକଟ ଜଙ୍ଗଲ ଅଞ୍ଚଳରେ ଧଳା ଜହର ଚୋରାଚାଳାନ ବଢ଼ୁଥିବା ଅଭିଯୋଗ ଜୋର ଧରିଛି।
ଯୁବମାନେ ଭୁଲପଥରେ ପଡ଼ୁଛନ୍ତି… ପରିବାର ଭାଙ୍ଗୁଛି… ସମାଜ ନଷ୍ଟ ହେଉଛି। ତଥାପି, ଲୋକ କହୁଛନ୍ତି — “ନଦେଖି ଦେଖିଲା ପରି ହେଉଛି ପ୍ରଶାସନ…” ପ୍ରଶ୍ନ ଏକ ସମସ୍ୟା ଅନେକ — କେବେ ଭାଙ୍ଗିବ ଏହି ନିଦ? ଉଦଳା ସlଧାରଣ ଲୋକଙ୍କ ଭିତରେ ଦାବି କଡାକଡି ଛାପାମାର ଯୁବମାନଙ୍କ ପାଇଁ ସଚେତନତା ସପ୍ଲାୟ ଚେନ୍ ନିର୍ମୂଳ ଧଳା ଜହର ବିକ୍ରେତା ଙ୍କ ବିରୋଧରେ କଢ଼ା କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଧଳା ଜହର ରୋକିବାକୁ କେଵେ ହେବ ଅଭିଯାନ, କେଵେ ପଡିବ ପୂର୍ଣ୍ଣ ଛେଦ ?
ଉଦଳା ଅଞ୍ଚଳରେ ବେଢଡ଼କ ଚାଲିଛି ଧଳାଜହର, ପ୍ରଶାସନ ନିରବଦ୍ରଷ୍ଟା
By Charcha NewsUpdated:











