BY-ରାଜୀବ କୁମାର ବେହେରା
ଉଦଳା ଗାଁ ମୁଣ୍ଡରେ ହାତୀ ଆଉ ହାତୀକୁ ଦେଖି ଲୋକେ ଛାନିଆ l ସକାଳ ସମୟ ରେ ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ଗଜରାଜ ଆତଙ୍କ ll ଗ୍ରାମ ନିକଟରେ ହାତୀକୁ ଦେଖି ଲୋକେ ଭୟ ଭିତ ରହିଛନ୍ତି l ଗତକାଲି ସକାଳ ସମୟ ରେ ଏହି ଗୋଠ ଛଡା ଦନ୍ତା ହାତିଟି ଉଦଳା ବନାଞ୍ଚଳ ଅଧୀନ ରଙ୍ଗାମାଟିଆ ବେଗୁନିଆ ଗ୍ରାମୀଣ ଜଙ୍ଗଲ ଭିତର କୁ ପଶି ହାତୀ ଟି ତାଣ୍ଡବ ରଚିଥିଲା l ଜଙ୍ଗଲରେ ଦନ୍ତା ହାତୀ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି। ଘନ ଜଙ୍ଗଲ ମଧ୍ୟରେ ହାତୀଟି ଘୁରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ସତର୍କତା ବଢ଼ିଛି। ଜଙ୍ଗଲୀ ହାତୀ ଏବେ ଅସମୟରେ ଗ୍ରାମ ମୁହାଁ ହୋଇ ଥିବା ଦେଖିବାକୁ ମିଳିଛି l
ଜଙ୍ଗଲ ଅଞ୍ଚଳକୁ ଯିବାବେଳେ ସତର୍କ ରୁହନ୍ତୁ l ତେବେ ଉଦଳା ବନବିଭାଗ ଟିମ ହାତୀ ର ଗତିବିଧି ଉପରେ କଡା ନଜର ରଖିଛନ୍ତି, ହାତିଟି ଗ୍ରାମ ସଂରକ୍ଷିତ ଶାଳ ଜଙ୍ଗଲ ଭିତରେ ଛପି ରହି ଘୁରି ବୁଲୁ ଥିବା ନଜର ହୋଇଛି.. ସେହିଭଳି ମୟୁରଭଞ୍ଜ ରାସଗୋବିନ୍ଦ ପୁର ଅଞ୍ଚଳ ରେ ୩୪ ଟିକିଆ ହାତୀ ପୋଲ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ହାତିଟି ଜଇଦା ପରେ ପୁରଡିହି ଏବଂ ରାତ୍ର ସମୟରେ ଗୋପବନ୍ଧୁ ନଗର ହାତୀସାହି, ହରିଶୂଳ, ଧାନ ଘେରା ପରେ ରୁତେଇସାହି ଅଞ୍ଚଳରେ ରହିଥିବା ସୂଚନା ମିଳିଛି l ରାତିରେ ଏକାକୀ ଯାତ୍ରା ବିରତ ରଖନ୍ତୁ ତେବେ ହାତୀର ଗତିବିଧି ଏବଂ ଲୋକଙ୍କ ସୁରକ୍ଷା ପାଇଁ
ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ନଜର ରଖାଯାଉଛି ଓ ପ୍ରଚେଷ୍ଠା ଜାରି ରହିଛି । ଲୋକମାନେ ସତର୍କ ରହିବାକୁ ଅନୁରୋଧ ।
ଚର୍ଚ୍ଚା news












