ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଉ ଏହି ବଡ଼ ପରିବର୍ତ୍ତନ ଆଣିବାର ମାଷ୍ଟର ମାଇଣ୍ଡ ହେଉଛନ୍ତି ରାଷ୍ଟ୍ରୀୟ ଲୋକଦଳ ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ହାତୀ । ଜିଏକି ଏହି ବରିଷ୍ଠ ନେତାମାନଙ୍କ୍ୁ ଏକଜୁଟ କରି, ସଭାପତି ହେବାର ପୂର୍ବରୁ ଓ ଏବେ ପ୍ରସ୍ତୁତି ବୌଠକ କରୁଛନ୍ତି, କାରଣ ତାଙ୍କର ରାଷ୍ଟ୍ରସଭାପତି ଜୟନ୍ତ ଚୌଧୁରୀଙ୍କୁ ଓଡ଼ିଶା ଆଣିବା ପାଇଁ । ଆଉ ଏହା ପାଇଁ କିଛି ବରିଷ୍ଠ ନେତୃବୃନ୍ଦ ଅମର ଶତପଥି ଓ ପ୍ରଭାତ ତ୍ରିପାଠିଙ୍କ ଅଧକ୍ଷତାରେ ଆରଏଲଡିର ରାଷ୍ଟ୍ରିୟସଭାପତି ଜୟନ୍ତ ଚୌଉଧୁରିଙ୍କୁ ତାଙ୍କ ବାସଭବନରେ ଦେଖାକରିବାକୁ ୨୧ ତାରିଖ ଦିନ ଦିଲ୍ଲୀ ଗ୍ରସ୍ତ କରିଥିଲେ ।
ସେଥିପାଇଁ ସେଠାରେ ଶ୍ରୀଚୌଉଧୁରୀଙ୍କୁ ସାକ୍ଷାତ କରି ଓଡ଼ିଶା ନିମନ୍ତ୍ର କରିବେ ନେତାମାନେ । ଆଉ ଶ୍ରୀଚୌଉଧୁରୀ ଓଡ଼ିଶା ଆସିବା ପରେ ଓଡ଼ିଶାର କିଛି ନେତାମାନେ ଧିରେ ଧିରେ ରାଷ୍ଟ୍ରୀୟ
ଲୋକଦଳରେ ମିସିବେ ବୋଲି ଜଣାପଡ଼ିଛି । ସେଥିପାଇଁ ଗତ ୨୦ ତାରିଖ ଦିନ ଓଳାଶୁଣି ସ୍ଥିତ ସନ୍ଥ ଅରକ୍ଷିତ ଦାସଙ୍କ ପୀଠରେ ରାଜ୍ୟର ବରିଷ୍ଠ ତୁଙ୍ଗ ତୁଙ୍ଗ ନେତାମାନେ ଏକଜୁଟ ହୋଇଥିଲେ । ଆଉ ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ହାତୀଙ୍କ ତତ୍ୱାବଧାନରେ ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।












