ବଲାଙ୍ଗିର(ଦେବେନ୍ଦ୍ର ପୋଡ଼) ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସରକାର ବିଭିନ୍ନ ସହରକୁ ଏନଏସି ରୁ ପୌରପରିଷଦ ଘୋଷଣା କରିଥିଲେ । ଏଥିରୁ କଣ୍ଟାବାଞ୍ଜି ସହରକୁ ବାଦ ଦିଆଯାଉଥିଲା । ଏହାର ପ୍ରତିବାଦରେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଉଥିଲା । ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସହର ବାସୀ ପୂର୍ଣ୍ଣ ସମର୍ଥନ କରିଥିଲେ । ଏଥିରେ ସହରର ସମସ୍ତ ଦୋକାନ ବଜାର ବନ୍ଦ , ସ୍କୁଲ କଲେଜ , ସରକାରୀ ବେସରକାରୀ ସଂସ୍ଥା ବନ୍ଦ ରହିଥିଲା । ଜରୁରୀକାଳୀନ ସେବାକୁ ଏଥିରେ ବାଦ୍ ଦିଆଯାଉଥିଲା ।
କଣ୍ଟାବାଞ୍ଜି ରେ ୧୨ ଘଣ୍ଟିଆ ବନ୍ଦ ଡାକରା
By Charcha News











