କପ୍ତିପଦା (ମୟୁରଭଞ୍ଜ): (ରାଜୀବ କୁମାର ବେହେରା)
କପ୍ତିପଦା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ନେଇ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଆସାହି ଭଡ୍ରା ଛକ ନିକଟରେ ଫୁଲକବି ବୋଝେଇ ଏକ ପିକଅପ୍ ଗାଡ଼ି ଓ ଏକ ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହରେ NCR ବିଭାଗ ସହ ସ୍ଥାନୀୟ ଗ୍ରାମବାସୀମାନେ ଦୁଇଟି ଗାଡ଼ିକୁ କାବୁ କରିଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୋଲିସ ଏବଂ NCB ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଓ ସ୍କର୍ପିଓ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣା ସମୟରେ ଗାଡ଼ି ଚଳାଉଥିବା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ କିଛି ସମୟ ପାଇଁ ନୁଆସାହି ଭଡ୍ରା ଛକ ନିକଟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ, ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସାଧାରଣ ହୋଇଥିଲା।
ପୋଲିସ ଓ NCB ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ସୂଚନା ଅନୁସାରେ ୫ ଜଣଙ୍କୁ ଅଟକ ରଖି ପଚାରାଉଚାରା କରାଯାଉଛି। ସ୍କର୍ପିଓ ଗାଡ଼ିରୁ ୨୩ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ, ଏହାର ଅନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି।
ଘଟଣା ସହିତ ସଂପୃକ୍ତ ଅନ୍ୟାନ୍ୟ ଦିଗ ଉପରେ NCB ର ସ୍ପେଶାଲ ସ୍କ୍ୱାଡ୍ ଦ୍ୱାରା ଗଭୀର ତଦନ୍ତ ଜାରି ରହିଛି।
କପ୍ତିପଦାରେ ଗଞ୍ଜେଇ ଚୋରା ଚାଲାଣ ମାମଲା, ପିକଅପ୍ ଓ ସ୍କର୍ପିଓ ଜବଦ, ୫ ଅଟକ
By Charcha News











