୧୧/୦୮/୨୫ ସାମ୍ବାଦିକ ମାନସ୍ ନେତାମ୍
ମାଲକାନଗିରି : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ନିର୍ଦେଶ କ୍ରମେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତ ସାଧାରଣ ନିର୍ବାଚନ ଓ ରାଜ୍ୟ ନିର୍ବାଚନରେ ହୋଇଥିବା ଭୋଟ ଚୋରିର ଯେଉଁ ପର୍ଦାଫାସ କରିଛନ୍ତି ତାହାକୁ ନେଇ ସାରା ଦେଶର ପ୍ରତ୍ୟେକ ଜିଲ୍ଲାରେ ସଦର ମହକୁମାରେ କଂଗ୍ରେସ ପକ୍ଷରୁ ଭୋଟ ଚୋରି ସମ୍ପର୍କରେ ବାର୍ତା ଦେବା ନିର୍ଦେଶ ଦେଇଥିଲେ। ଏ ପରିପେକ୍ଷରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସମ୍ବାଦିକ ସମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ଜ଼ି ଶ୍ରୀନିବାସ ରାଓ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ବିଜେପି ବିରୋଧରେ ଗର୍ଜିଛନ୍ତି। ବିଜେପି ଭୋଟ ଚୋରି କରି କର୍ଣ୍ଣାଟକା, ମହାରାଷ୍ଟ୍ର, ହରିୟାଣା ଆଦି ରାଜ୍ୟରେ ବିଜୟୀ ଲାଭ କରିଛି। ମହାରାଷ୍ଟ୍ର ରାଜ୍ୟରେ ଭୋଟର ଅଡ଼ିସେନ ଯୋଗେ ବିଜେପି ଜିତିଛି ଓ ଆଉ ଏକ ରାଜ୍ୟରେ ଡିଲିସନ ମାଧ୍ୟମରେ କଂଗ୍ରେସ ହରାଇବାରେ ଚକ୍ରାନ୍ତ କରାଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ସ୍ପେଶାଲ ଇଣ୍ଟେସିଭ ରିଭିଜନ ନାମରେ ବିହାରରେ କିପରି ୬୫ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଛି। ନିର୍ବାଚନ ହେରଫେର ହେଉ ଥିବାର ଆଶଙ୍କା କରି କଂଗ୍ରେସ ଅଭିଯୋଗ କରିଛି। ଓଡିଶାରେ ମଧ୍ୟ ଅନୁରୂପ ଭାବରେ ଜାଲିଆତି ଓ ଭୋଟ ଚଞ୍ଚକତା ବିଜେପି ଜିତିଥିବାର କଂଗ୍ରେସ ଅଭିଯୋଗ କରିଛି। ଦିବା ଲୋକରେ ଗଣତନ୍ତ୍ରର ଅପହରଣ ବୋଲି ଜିଲ୍ଲା କଂଗ୍ରେସ ସଂଯୋଜକ ଜ଼ି ଶ୍ରୀନିବାସ ରାଓ ଅଭିଯୋଗ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପ୍ରେସ ବାର୍ତାରେ କଂଗ୍ରେସର ମାଲା ମାଢି, ଭିମା ୱାର୍ଷେ, କେଶୁ ରାଓ, ସାରୋଜ ପାତ୍ର, ଇର୍ମା ପଡିଆମୀ, ପର୍ଶୁରାମ ଭକ୍ତ, ପ୍ରାଣ କୃଷ୍ଣ ମଣ୍ଡଳ, କୃଷ୍ଣ ଚନ୍ଦ୍ର ଅନୁଗୁ, ପଦ୍ମ ପାଙ୍ଗି ନେତୃବର୍ଗ ଉପସ୍ଥିତ ରହିଥିଲେ











