ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଅଲ୍ ଇଣ୍ଡିଆ ଆର୍ଟ ଆଣ୍ଡ କଲଚର କମିଟି ଗଠନ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଦମ୍ଦମ୍ର ଇଣ୍ଡୋଶ୍ରୀ ଷ୍ଟୁଡିଓରେ ହୋଇଯାଇଛି ଏହି ବୈଠକରେ ସଭାପତି ଭାବରେ ଓଡିଶର ଶ୍ରୀଯୁକ୍ତ ଚୈତନ୍ୟ ପାଇକ ମନୋନୀତ ହୋଇଛନ୍ତି ଉପ-ସଭାପତି ଭାବରେ ପଶ୍ଚିମବଙ୍ଗର ଡକ୍ଟର ଅର୍ପିତା ଚାଟାର୍ଜୀ, ବାରାଣାସୀ ଉତ୍ତରପ୍ରଦେଶର ଡକ୍ଟର ଦିବ୍ୟା ଶ୍ରୀବାସ୍ତବ, ଆନ୍ଧ୍ରପ୍ରଦେଶ ତିରୁପତ୍ତିର ଡକ୍ଟର ପି. ଶାର୍ଥ ଚନ୍ଦ୍ର, ତ୍ରିପୁରା ଅଗରତଲାର ଡକ୍ଟର ରିମା ବାନାର୍ଜୀ, ମଣିପୁରର ଡକ୍ଟର ନଗନବି ଚାନୁ, ମନୋନୀତ ହୋଇଥିବା ବେଳେ ସାଧରଣ ସଂପାଦକ ଭାବରେ ଓଡିଶାର ଡକ୍ଟର ଉପେନ୍ଦ୍ର କୁମାର ଶର୍ମା, ଯୁଗ୍ମ ସଂପାଦକ ଭାବରେ ରାଜସ୍ଥାନ କୋଟାର ଡକ୍ଟର ଗଣିମା ଭାରଗବ, କୋଲକାତାର ପ୍ରଫେସର ବାବୁ ମାନ୍ନା, ଆସାମର ଗୁରୁ ଚିତ୍ରଲେଖା ଗୋଗେଇ, ନ୍ୟୁଦିଲ୍ଲୀର ଡକ୍ଟର ଲଭଲି ରାୟ, ଓଡିଶାର ନାଟ୍ୟ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା, କୋଷାଧ୍ୟକ ଭାବରେ ଓଡିଶାର ସମାଜସେବୀ ଅରୁଣ କୁମାର ପାତ୍ର ଏମାନଙ୍କୁ କଲଚରାଲ ଫାଉଣ୍ଡେସନ ତରଫରୁ ଆଗାମୀ ୫ ବର୍ଷ ପାଇଁ ମନୋନୀତ କରାଯାଇଛି
ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ମାଲେସିଆର ଡକ୍ଟର ଚୟନିକା ଚାଟାର୍ଜୀ ଯୋଗ ଦେଇ ଫାଉଣ୍ଡେସନର କାର୍ଯ୍ୟକ୍ରମକୁ ନେଇ ଭୂୟଂସୀ ପ୍ରଶଂସା କରିଥିଲେ ଓଡିଶା ରାଜ୍ୟ କଳାକାର ସଂଘ ସଭାପତି ଚୈତନ୍ୟ ପାଇକ ସଂଗଠନର ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ଶ୍ରୀ ପାଇକ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ବର୍ଷ ମଧ୍ୟରେ ଏକ ଲକ୍ଷ କଳାକାରମାନଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବ, ଏହା ସହିତ ସେ ଆହୁରି କହିଛନ୍ତି କିଛି କଳାକାରମାନଙ୍କୁ କେନ୍ଦ୍ର ସରକାରଙ୍କ ଭତ୍ତା ଦେବା ପାଇଁ ସୁପାରିଶ କରାଯିବ ସାଧାରଣ ସଂପାଦକ ଡକ୍ଟର ଉପେନ୍ଦ୍ର କୁମାର ଶର୍ମା କହିଲେ କଳାକାରମାନଙ୍କୁ କେମିତି ଭତ୍ତା ପ୍ରଦାନ କରାଯିବ ସେନେଇ ଆଗାମୀ ଦିନରେ ସରକାରଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବ ଡକ୍ଟର ଶର୍ମା ଆହୁରି ମଧ୍ୟ କହିଛନ୍ତି ଓଡିଶାର ଚଣ୍ଡିଖୋଲ ଠାରେ ଏକ ଡ୍ରାମା ସ୍କୁଲ ଖୋଲାଯିବ ଓଡିଶାର କୋଣ ଅନୁକୋଣରେ ଥିବା କଳାକାରମାନଙ୍କୁ ସେମାନଙ୍କର ଦକ୍ଷତା ପାଇଁ ଯେମିତି ସମ୍ମାନ ପ୍ରଦାନ କରାଯିବ ସେ ଦିଗରେ ସଂଗଠନ ବିଚାର ବିମର୍ଶ କରୁଛି ନାଟ୍ୟ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା କହିଲେ କଳାକୁ ବଞ୍ଚାଇବାକୁ ହେଲେ କଲାକାରମାନଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ଆଗାମୀ ଦିନରେ ଆହୁରି କଳାକାରମାନେ କେମିତି ସଂଗଠନ ସହିତ ଜଡିତ ହେବେ ସେନେଇ ବିଚାର ବିମର୍ଶ ଚାଲିଛି ଖୁବଶୀଘ୍ର କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଠାରେ ଡ୍ରାମା ସ୍କୁଲ ନିର୍ମାଣ କରାଯାଇ ସେଠାରେ ଶିକ୍ଷାଦାନ ଦିଆଯିବ ବୋଲି ସମାଜସେବୀ ତଥା ସଂଗଠନର କୋଷାଧ୍ୟକ୍ଷ ଅରୁଣ କୁମାର ପାତ୍ର କହିଛନ୍ତି
କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଅଲ୍ ଇଣ୍ଡିଆ ଆର୍ଟ ଆଣ୍ଡ କଲଚର କମିଟି ଗଠନ
By Charcha News











