ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ଅମାବାସ୍ୟା ରାତିରେ ରାଜ୍ୟ ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲା ସ୍ଥିତ ବଂଶବେରିଆର ଅଞ୍ଚଳ ରେ ଥିବା ଐତିହାସିକ ହଂସେଶ୍ୱରୀ ମା କାଳୀ ମନ୍ଦିରରେ ଏକ ବିରଳ ଦୃଶ୍ୟ, ଦୀପାନ୍ୱିତ – ଦେବୀ ହଂସେଶ୍ୱରୀ ତାଙ୍କର ଶାନ୍ତିପୂର୍ଣ୍ଣ ରୂପ ତ୍ୟାଗ କରି ରୁଦ୍ର ରୂପରେ ଦର୍ଶନ ଦିଅନ୍ତିକାଳୀ ପୂଜା ରାତିରେ। ବର୍ଷର ଏହି ଗୋଟିଏ ଦିନରେ, ମା’ଙ୍କ ଜିହ୍ବା ପ୍ରକାଶିତ ହୁଏ, ତାଙ୍କୁ ଏକ ସୁନା ଜିହ୍ବା ଦାନ ଦିଆଯାଏ ଏବଂ ତାଙ୍କ ମୁହଁରେ ଏକ ରୂପା ମୁଖା ପିନ୍ଧାଯାଏ। ସନ୍ଧ୍ୟା ଆରତୀ ପରେ ରାଜକୀୟ ପୋଷାକ ଏବଂ ମଥାରେ ମୁକୁଟ ସହିତ ପୂଜା ଆରମ୍ଭ ହୁଏ। ପୂଜା ସାରା ରାତି ଚାଲିଥାଏ, ସକାଳ ହେବା ମାତ୍ରେ ମା’ ଶାନ୍ତିପୂର୍ଣ୍ଣ ରୂପରେ ଫେରିଯାଆନ୍ତି। କାଳୀ ପୂଜା ରାତିରେ, ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମି ଥାଏ ଏବଂ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ପୂଜା ସମାପ୍ତ ହୋଇଥାଏ ମନ୍ଦିରର ମୁଖ୍ୟ ସେବକ କହିଛନ୍ତି, ଏକମାତ୍ର କାଳୀ ପୂଜା ରାତି ରେ ଯେଉଁଠାରେ ମା’କାଳୀ ରୁଦ୍ର ରୂପ ଧାରଣ କରନ୍ତି, ବାକି ସମୟ ଦକ୍ଷିଣକାଳୀର ଶାନ୍ତିପୂର୍ଣ୍ଣ ରୂପରେ ପୂଜା କରାଯାଏ।” ଏହି ଶହ ଶହ ବର୍ଷ ପୁରୁଣା ମନ୍ଦିର, ଯଦିଓ ଏପର୍ଯ୍ୟନ୍ତ ଭକ୍ତି ପରମ୍ପରାର ପ୍ରତୀକ
କାଳୀ ପୂଜା ରାତିରେ ରୁଦ୍ର ରୂପରେ ଦେବୀ ହଂସେଶ୍ୱରୀ ମା କାଳୀ ପୂଜା ପାଆନ୍ତି
By Charcha News











