ମାଲକାନଗିରି/ ମାନସ୍ ନେତାମ୍
ମାଲକାନଗିରି ଥାନା ଅନ୍ତର୍ଗତ ତୁମସାପଲ୍ଲୀ ପଞ୍ଚାୟତର ଇରମାଗୁଡା ଠାରେ ରହିଥିବା ଏକ କେନାଲରେ ଆଜି ସକାଳେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ଏଥିସହ କେନାଲରୁ ମଟର ସାଇକେଲ ମଧ୍ୟ ଜବତ କରଣାଇଛି। ଏନେଇ ଦାଦା ରାମ ମାଢ଼ି ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ପୁତୁରା ଲାଲିନ ମାଢିକୁ କହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ମାଲକାନଗିରି ଆଇଆଇସି ରିଗାନ ଏତଳାକୁ ଭିତ୍ତି କରି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି।











