୧୨ଛେଳି ଓ ଗାଈ ଜୀବନ୍ତ ଦଗ୍ଧ
BY_SUBHASMITA-7.5.2026
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗାଁରେ ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ପ୍ରଦୀପ୍ତ ମଲ୍ଲିକଙ୍କ ଗୁହାଳ ଘର ସହ ତିନିବଖରା ଘର ଆଗୁନରେ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୨ଟି ଛେଳି ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି ।
ନିଆଁ ଲାଗିଥିବା ଦେଖି ପ୍ରଦୀପ୍ତ ମଲ୍ଲିକ ପଶୁମାନଙ୍କୁ ବଞ୍ଚାଇବା ପାଇଁ ଘରଭିତରକୁ ପ୍ରବେଶ କରିଥିଲେ । ତେବେ ଏହି ଚେଷ୍ଟାରେ ସେ ନିଜେ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଗୁନ ଭୟଙ୍କର ରୂପ ନେଇଥିଲା । ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଘରଟି ପ୍ରାୟ ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସର୍ବସ୍ୱ ହରାଇଥିବା ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ଚର୍ଚ୍ଚା news












