ମାଲକାନାଗିରି /ସାମ୍ୱାଦିକ ମାନସ୍ ନେତାମ୍:
କ୍ଳଷ୍ଟର ସ୍ତରୀୟ ବୈଠକ , ବାହାଲଗୁଡା ପ୍ରାଥମିକ ବିଦ୍ୟାଳୟ ଅନୁକୁଲ୍ୟ ରେ ଶ୍ରୀ ଉମାକାନ୍ତ ଡଙ୍ଗିରି ଙ୍କ ସଭାପତିତ୍ଵ ରେ ୧୨ ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ସହ ଶିକ୍ଷକ ସମେତ ସମ୍ମାନନୀୟ ଅତିଥି ଶ୍ରୀ ବିକାଶ କୁମାର ଗୁପ୍ତା Piramal foundation, District co- ordinator, ମୁଖ୍ୟ ଅତିଥି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ତଥା ବରିଷ୍ଠ ଶିକ୍ଷକ ଶ୍ରୀ ତାରକ୍ ମଣ୍ଡଳ, ବୈଠକ ର ପରିଚାଳକ ଶ୍ରୀ ପ୍ରଦୀପ ଦଳେଇ ଙ୍କ ( ପ୍ରଧାନ ଶିକ୍ଷକ ଗୁଟୁମଗୁଡ଼ା ପ୍ରାଥମିକ ବିଦ୍ୟାଳୟ) ତତ୍ତ୍ଵାବଧାନରେ ଆରମ୍ଭ ହେଇଥିଲା । ପ୍ରଥମେ ଅଦମ୍ୟ ଓ ଉତ୍ସାହିତ ଶ୍ରୀ ପ୍ରଦୀପ ଦଳେଇ ସଭାପତି ,ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଦୁଇ ସାଧନ କର୍ମୀ ଙ୍କ ପରିଚୟ ଅତି ସୁନ୍ଦର ଭାବରେ ପ୍ରଦାନ କରିଥିଲେ । ପରେ ସମ୍ମାନିତ ଅତିଥି ଶ୍ରୀ ଗୁପ୍ତା ଙ୍କ ଦ୍ଵାରା ଅଗ୍ରପୂଜ୍ୟ ଗଣେଶ ଓ ବିଦ୍ୟାଦାତ୍ରୀ ମାତା ସରସ୍ୱତୀ ଙ୍କ ପାଦ ପଦ୍ମ ରେ ପୁଷ୍ପ ଅର୍ପଣ ଓ ଦୀପ ଧୂପ ଦେଇ ପୂଜା ଅର୍ଚ୍ଚନା କରିଥିଲେ । ବୈଠକ ର ପରିସର କୁ ଭକ୍ତିମୟୀ କରିବା ପାଇଁ ତଣ୍ଡିକି ପଞ୍ଚାୟତ ର ever green lady ଶ୍ରୀମତୀ ବିଜୟଲକ୍ଷ୍ମୀ ସେନାପତି ଏକ ସୁନ୍ଦର ଭଜନ ଗାନ କରିଥିଲେ । ତତ୍ ପରେ ତଣ୍ଡିକି ପଞ୍ଚାୟତ ର dyanamic ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଉମାକାନ୍ତ ଡଙ୍ଗରି ସେପ୍ଟେମ୍ବର ମାସ ର ଶୈଖିକ କ୍ୟାଲେଣ୍ଡ ଶିଶୁବଟିକ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷଣ ଫଳାଫଳ ଗୁଡିକ ଉଭୟ ଭାଷା ଓ ଗଣିତ ଉପରେ ଆଲେଚନା ହୋଇଥିଲା ତତ୍ ସହିତ ବିଦ୍ୟାଳୟ ପରିଦର୍ଶନ ଉପରେ ଚେକ୍ ଲିଷ୍ଟ ଆଧାର ରେ ପର୍ଯ୍ୟବେକ୍ଷଣ କରିବା ସମ୍ବନ୍ଧ ରେ ବୈଠକ ମତାମତ ନେଇ ନିର୍ଯ୍ୟାସ୍ଵ ବାହାର କରାଯାଇଥିଲା। ତତ୍ ପରେ ଶିକ୍ଷଣ ସୋପାନ ରେଜିଷ୍ଟର ତଥା ପୂର୍ବ ଏବଂ ନୂଆ ଶିକ୍ଷଣ ସୋପାନ ରେଜିଷ୍ଟର ମଧ୍ୟରେ କେଉଁ ସବୁ ପାର୍ଥକ୍ୟ ରହିଛି ଶ୍ରୀଯୁକ୍ତ ଦଳେଇ ଆଲୋଚନା କରିଥିଲେ। ତତ୍ ପରେ ସମ୍ମାନୀତ ଅତିଥି ଶ୍ରୀ ଗୁପ୍ତା child tracking system ତଥା ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ର ସ୍ଥିତି ଉପରେ ଆଲୋକପାତ କରିବା ସହ ତଣ୍ଡିକି ପଞ୍ଚାୟତ ଅନ୍ତର୍ଗତ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ମତାମତ ପ୍ରଦାନ କରିଥିଲେ। ତଣ୍ଡିକି ପଞ୍ଚାୟତ ର ବରିଷ୍ଟ ଶିକ୍ଷକ ଶ୍ରୀ ତାରକ ମଣ୍ଡଳ ଗୁଣାତ୍ମକ ଶୈକ୍ଷିକ ପରିସ୍ଥିତି ଉପରେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ତତ୍ ପରେ ତଣ୍ଡିକି ପଞ୍ଚାୟତ ର dedicated teacher ଶ୍ରୀ ବସନ୍ତ କୁମାର ରାଉତ ( ଦାମାଗୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ) ବହୁଶ୍ରେଣୀୟ ତଥା ଶିଶୁବାଟିକା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ର ଶିକ୍ଷାଦାନ ପ୍ରଦାନ କରିଥିଲେ । ସେ ମାତୃଭାଷା ବିଷୟ ଟି କୁ ଉପସ୍ଥାପନ କରିଥିଲେ ।ତତ୍ ପରେ ପଞ୍ଚାୟତ ର ଅନ୍ୟ ଏକ konwledgeable teacher ଶ୍ରୀ ଜୟସେନ ଉଦୁଲିୟା ( ବଣ୍ଡିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହାୟକ ଶିକ୍ଷକ) ଏକକଶ୍ରେଣୀୟ ର ଶିକ୍ଷାଦାନ ପ୍ରଦାନ କରିଥଲେ। ଗଣିତ ବିଷୟ ର ବିୟୋଗ ପ୍ରସଙ୍ଗ ରେ ଶିକ୍ଷାଦାନ କାର୍ଯ୍ୟ ଉପସ୍ଥାପନ କରିଥିଲେ ।
ପରିଶେଷରେ ପଞ୍ଚାୟତ ର ବରିଷ୍ଟ ଶିକ୍ଷକ ଶ୍ରୀ ତାରକ ମଣ୍ଡଳ ଉପସ୍ଥିତି ଅତିଥିବୃନ୍ଦ ଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ ପରେ ଦ୍ଵାରା ସାଙ୍ଗ ଘୋଷଣା କରାଯାଇଥିଲା।











