ବଲାଙ୍ଗିର (ଦେବେନ୍ଦ୍ର ପୋଡ଼): ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ କକ୍ଷ ରେ ପ୍ରାକୃତିକ କୃଷି ସଂପର୍କିତ ତାଲିମ ଶିବିର ଆତ୍ମା ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ ତାଲିମ ଦାତା ରୁପେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଯିନୀତା ବରୁଆ, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଡ: ଅଭୟ ତ୍ରିପାଠୀ, ସହକାରୀ କୃଷି ଅଧିକାରୀ ସୁମନ୍ତ ଖମାରୀ ଯୋଗଦେଇ ସାଂପ୍ରତିକ ସମୟ ରେ ପ୍ରାକୃତିକ କୃଷି ର ଆବଶ୍ୟକତା ଉପରେ ଆଲୋଚନା କରିବା ସହିତ ସ୍ୱାସ୍ଥ୍ୟ କୁ ଗୁରୁତ୍ଵ ଦେବାକୁ କହିଥିଲେ। ସେହି ପରି ଗୋମୂତ୍ର,
ଗୋବର, ବିଭିନ୍ନ ଗଛର ପତ୍ର କୁ ବ୍ୟବହାର କରି ମାଟିର ଉର୍ବରକ ଓ ରୋଗ ପୋକ ନିୟନ୍ତ୍ରକ ପ୍ରସ୍ତୁତି କରି ବ୍ୟବହାର କଲେ ମାଟି, ପାଣି, ପବନ ଓ ପରିବେଶ ସୁସ୍ଥ ରହିବା ସହିତ ଜୀବଜଗତ ସୁସ୍ଥ ରହିପାରିବେ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରୋଗ ପୋକ ନିୟନ୍ତ୍ରକ ପ୍ରସ୍ତୁତି ଉପରେ ତାଲିମ୍ ପ୍ରଦାନ କରିଥିଲେ। ତାଲିମ କାର୍ଯ୍ୟକ୍ରମ କୁ ଏ ଟି ଏମ ମାନସ କୁମାର ଖମାରୀ ଓ ପରେଶ୍ କୁମାର ମେହେର ପରିଚାଳନା କରିଥିବା ବେଳେ ଜାତୀୟ ପ୍ରାକୃତିକ କୃଷି ମିଶନ ପ୍ରକଳ୍ପ ର କୃଷି ସଖୀ, ଓଡ଼ିଶା ଜୀବିକା ମିଶନ ର କୃଷି ମିତ୍ର, ସି ଆର ପି ଯୋଗଦେଇଥିଲେ।











