ଗତକାଲି ଏନ୍.ଭାସ୍କର ରାଓ ବିଜେଡି ଛାଡିବା ପରେ ଆଜି ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ବର୍ଶିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ସଭାପତି ଜଗନ୍ନାଥ ସାରକା। ଭାସ୍କର ରାଓ ଦଳ ଛାଡିଲେ ଜିଲ୍ଲାରେ ଦଳର କୈଣସି କ୍ଷତି ହେବ ନାହିଁ ବୋଲି ସେ କହିବା ସହ ତାଙ୍କ ପାଇଁ ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ଧରାଶାୟୀ ହେଲା। ଭାସ୍କର ରାଓ ଦୀର୍ଘ 50 ବର୍ଷ ରାଜନିତୀ କରି ଦଳରୁ ଅନେକ ପଦପଦବୀ ରେ ରହିବା ସହ ବହୁତ ଫାଇଦା ଉଠାଇଛନ୍ତି ବୋଲି ଜଗନ୍ନାଥ ସାରକା କହିଛନ୍ତି। ଜିଲ୍ଲାରେ ଦଳକୁ ସେ ତଳି ତଳାନ୍ତ କରି ସବୁବେଳେ ନିଜସ୍ବାର୍ଥ ପାଇଁ କାମ କଲେ ବୋଲି କହିଛନ୍ତି। ତାଙ୍କ ପାଖରେ କୈଣସି ନିର୍ବାଚନ ପ୍ରତିନିଧି ନାହାନ୍ତି ବୋଲି କହିବା ସହ ଆଗକୁ ଜିଲ୍ଲାରେ ବିଜୁ ଜନତା ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ,ପୂର୍ବତନ ଜିଲ୍ଲା ସଭାପତି ସୁଧିର ଦାସ,ଜିଲ୍ଲା ପରିଷଦ ଅଧ୍ଯକ୍ଷା ସରସ୍ପତୀ ମାଝି,ବିଧାୟକ ପ୍ରିର୍ଥିନୀ ଅନୁସୂୟା ମାଝୀ, ପୈର ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡାଙ୍କ ସମେତ ବିଭିନ୍ନ ବ୍ଲକର ସଂଗଠକ ମାନେ ଉପସ୍ଥିତ ଥିଲେ।
ବାଇଟ୍-1-ଜଗନ୍ନାଥ ସାରକା-(ସଭାପତି, ବିଜେଡି,ରାୟଗଡା)
ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ବର୍ଶିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ସଭାପତି ଜଗନ୍ନାଥ ସାରକା
By Charcha News











