୧୭-୦୯-୧୦୨୫ ସାମ୍ବାଦିକ ଦେବେନ୍ଦ୍ର ପୋଡ଼
ବଲାଙ୍ଗିରୀ : ବଲାଙ୍ଗିରୀ ଜିଲ୍ଲାର ଗୁଡଭେଲାବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଚାସେବୀ ସଂଗଠନ ପକ୍ଷରୁ “ଏକ ପେଡ ମାଁ କେ ନାମ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗୁଡଭେଲା ବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ରେ ଇଣ୍ଟରନେସନାଲ ସ୍କୁଲ ପରିସରରେ ବିଦ୍ୟାଳୟ ପ୍ରିନ୍ସିପାଲ ଦିନେଶ ସାହୁଙ୍କ ତତ୍ତ୍ବାବଧାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୂଲା। ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଚାରାରୋପଣ କରିବା ସହ ପ୍ରତ୍ୟେକ ଦିନ ଚାରାରେ ପାଣି ଦେବା ଓ ଯତ୍ନ ନେବା ପାଇଁ ଚେଷ୍ଟା କରିବୁ ବୋଳି ଛାତ୍ରୀ ତରାଣା ଜୈନ କହିଥିଲେ। ଏହି କାର୍ଯ୍ୟାକ୍ରମରେ ବିଦ୍ୟାଳୟ ଭାଏସ ପ୍ରିନ୍ସିପାଲ ଦେବେନ୍ଦ୍ର ଭୋଇ, ସୋନାଲି ସାହୁ, ସିଦ୍ଧାର୍ଥ ଜାଲ, ଅପ୍ରିତା ପ୍ରଧାନ, ଲିଜା ମହାପାତ୍ର, ପ୍ରମୋଦିନୀ ଭୋଇ, ମୋନାଲିସା ଭୋଇ ଆଦି ସହଯୋଗ କରିଥିଲେ।











