ଗୁଣପୁର ତା:୦୭-୦୮-୨୦୨୫ରିଖ ଦିନ ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ଅଭିଷେକ ଦିଲ୍ଲୀପ ଦୁଧାଲ ଗୁଣପୁର ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ୨୦୨୩ ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ତାଲିମ ଗ୍ରହଣ କରି ଆଜି ଗୁଣପୁରରେ ଯୋଗଦାନ କରିଛନ୍ତି । ପ୍ରକଳ୍ପ ପ୍ରଶାସକଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଏହି ଅବସରରେ ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଉପ ବିଭାଗୀୟ ଅଧିକାରୀ ମନରଞ୍ଜନ କାର୍ଜି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ପ୍ରମୁଖ ସ୍ୱାଗତ ଜଣେଇଥିଲେ ।
ଗୁଣପୁରରେ ନୂତନ ଉପଜିଲ୍ଲାପାଳ ଶ୍ରୀ ଅଭିଷେକ ଦିଲ୍ଲୀପ ଦୁଧାଲ
By Charcha News











