ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ରାଜ୍ୟ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାସ୍ଥିତ ସହିଦ ମାତାଙ୍ଗିନୀ ବ୍ଲକର ତମଲୁକ ଥାନା ଅନ୍ତର୍ଗତ ଖାରୁଇ ଗାଁରେ ମୋନାଲିସା ଦାସ ନାମକ ଜଣେ ମହିଳା ଦୀର୍ଘ ଦିନ ଧରି ବେଆଇନ ଭାବରେ ମଦ ବିକ୍ରି କରିଆସୁଥିଲେ। ଗ୍ରାମର ମହିଳାମାନେ ଏବଂ ଅନ୍ୟମାନଙ୍କ ଅଭିଯୋଗ ଯେ ମହିଳା ଜଣକ ତାଙ୍କ ନିଜ ଘରେ ବେଆଇନ ଭାବରେ ମଦ ବିକ୍ରି କରୁଥିଲେ ଓ ମଦ ପିଇ ମଦୁଆମାନେ ଗ୍ରାମରେ ବିଭିନ୍ନ ପ୍ରକାର ଚୋରି, ମହିଳାଙ୍କୁ କୁକଥା କହୁଥିଲେ ଯେତେବେଳେ ସେମାନେ ତାଙ୍କୁ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ, ସେମାନଙ୍କୁ ଧମକ ଦିଆଯାଇଥିଲା। ଗାଁରେ ଚୋରମାନଙ୍କ ଉପଦ୍ରବ ସହିତ ମଦୁଆଙ୍କ ଉପଦ୍ରବ ମଧ୍ୟ ବୃଦ୍ଧି ପାଉଥିଲା। ବିଭିନ୍ନ ଘରୁ ବାରମ୍ବାର ଚୋରି ହେଉଥିଲା। ସେଥିପାଇଁ ଆଜି ଗାଁର ମହିଳାମାନେ ଏକାଠି ହୋଇ ମଦ ବ୍ୟବସାୟୀଙ୍କ ଘରକୁ ଘେରି ଯାଇଥିଲେ। ଏବଂ ତାଙ୍କ ଘରୁ ମଦ ବୋତଲ ବାହାର କରି ଭାଙ୍ଗିଦେଇଥିଲେ
ଗ୍ରାମରେ ଥିବା ବେଆଇନ ମଦ ଦୋକାନକୁ ଗ୍ରାମର ମହିଳାମାନେ ଭଙ୍ଗାରୁଜା କରିଲେ
By Charcha News











