ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଉଚ୍ଛେଦ ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ଦୀର୍ଘ ବର୍ଷ ଧରି ଏହି ସ୍ଥାନରେ ରହି ଆସୁଛନ୍ତି, ହେଲେ ଏବେ ସରକାର ଜୋର ଜବରଦସ୍ତ ସେମାନଙ୍କୁ ବେଘର କରୁଥିବା ଅଭିଯୋଗ ହୋଇ
BY-SUBHASMITA DT-19.4.2026
ଭୁବନେଶ୍ୱର ::ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ବସ୍ତିବାସୀମାନେ ରାସ୍ତାରେ ଆସି ନିଜ ରାଗ ଓ କ୍ଷୋଭ ବ୍ୟକ୍ତ କରିଥିବା ବେଳେ, “ବିନା ନୋଟିସ୍ରେ ଉଚ୍ଛେଦ” ହୋଇଥିବା ଗୁରୁତର ଅଭିଯୋଗ ଉଠିଛି।
ବର୍ଷର ପର ବର୍ଷ ଧରି ଏହି ଅଞ୍ଚଳରେ ରହୁଥିବା ଲୋକମାନଙ୍କ କହିବା ଅନୁଯାୟୀ, ହଠାତ୍ ପ୍ରଶାସନ ପକ୍ଷରୁ ଜୋରଜବରଦସ୍ତି ଘର ଭଙ୍ଗାଯାଇ ସେମାନଙ୍କୁ ବେଘର କରାଯାଇଛି। କ୍ୟାମେରା ସାମ୍ନାରେ ସେମାନେ ନିଜର ଦୁଃଖ ଓ ଅସହାୟତାକୁ ବଖାଣିଛନ୍ତି।
ଅନ୍ୟପଟେ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କହାଯାଇଛି ଯେ, ଶ୍ୟାମପୁର ମୌଜାରେ ପ୍ରାୟ ୬୧.୪ ଏକର ସରକାରୀ ଜମିକୁ ଦଖଲମୁକ୍ତ କରାଯାଇଛି। ଦୁଇ ଦିନ ଧରି ଚାଲିଥିବା ଅଭିଯାନରେ ୧୨ଟି ଜେସିବି ମେସିନ୍ ବ୍ୟବହାର କରି ମୋଟ ୯୨୬ଟି ଘର ଭଙ୍ଗାଯାଇଥିବା ସୂଚନା ମିଳିଛି। ସେଥିପାଇଁ ୩୦୦ଟି ନିର୍ମାଣାଧୀନ ଘର ମଧ୍ୟ ଭଙ୍ଗାଯାଇଛି।
ଉଚ୍ଛେଦ ପରେ ଦୃଶ୍ୟ ହୃଦୟବିଦାରକ। ଭଙ୍ଗା ଘର ମଧ୍ୟରୁ ନିଜର ସାମଗ୍ରୀ ଖୋଜୁଥିବା ଲୋକ, ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ବସିଥିବା ପରିବାର ସମସ୍ତ ଦୃଶ୍ୟ ମାନବିକ ସମସ୍ୟାକୁ ଆଲୋକିତ କରୁଛି।
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଯେ, କଷ୍ଟର ଟଙ୍କାରେ ଘର ତିଆରି କରିଥିଲେ, କିନ୍ତୁ ଏବେ ସେମାନେ ଠକାମିର ସିକାର। ତା’ପରେ ମଧ୍ୟ ଯେଉଁ ଜମି ମାଫିଆମାନେ ସରକାରୀ ଜମି ବିକ୍ରି କରି କୋଟି କୋଟି ଟଙ୍କା ଆର୍ଜନ କରିଛନ୍ତି, ସେମାନଙ୍କ ବିରୋଧରେ ପ୍ରକାଶ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ ଉଠିଛି। ଏହି ପରିସ୍ଥିତିରେ ବଡ଼ ପ୍ରଶ୍ନଉଚ୍ଛେଦ ପୂର୍ବରୁ ପୁନର୍ବାସ ଯୋଜନା କାହିଁକି ନ ଥିଲା? ଏବଂ ଜମି ମାଫିଆଙ୍କୁ କେବେ କଟକଣା ଆଣାଯିବ?
ଚର୍ଚ୍ଚା news











