ମାଲକାନଗିରି :୨୨/୦୮/୨୫ ସାମ୍ୱାଦିକ ମାନସ୍ ନେତାମ୍।
ମାଲକାନଗିରି ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷ ରୁ ୧୫ ଗୋଟି ଆଦିବାସୀ ସମ୍ପ୍ରଦାୟ ର ସଭାପତି ଓ ସମ୍ପାଦକ ଓ କର୍ମକର୍ତା ସହ ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି ଙ୍କ ନେତୃତ୍ୱ ରେ ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ନେଇ ୧୪ ଗୋଟି ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ପରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ୧୫ ଗୋଟି ଆଦିବାସୀ ସମାଜ ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଏହି ସମସ୍ୟା ଗୁଡିକ ତୁରନ୍ତ ସମାଧାନ ହେଲେ ଆଦିବାସୀ ସମାଜ ର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ସାମାଜିକ ଆର୍ଥିକ, ସଂସ୍କୃତି କ୍ଷେତ୍ର ରେ ବୃଦ୍ଧି ଘଟିବ। ଏହି ସମସ୍ୟା ଗୁଡିକ ମଧ୍ୟ ରୁ ଜଙ୍ଗଲ ଜମି ପଟ୍ଟା, ଗୋଷ୍ଟି ଗତ ପଟ୍ଟା ପ୍ରଦାନ ଆଦିବାସୀ ଓ ବନବାସୀ ଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରନ୍ତୁ, ଜ଼ିଲ୍ଲା ରେ ଚାଷୀ ମାନେ ୟୁରିଆ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ।, ବେଆଇନ ଅନୁପ୍ରବେଶ କାରି ଙ୍କୁ ରୋକାଯାଉ, ମାଲକାନଗିରି ଜ଼ିଲ୍ଲା ଏକ ପଞ୍ଚମ ଅନୁସୂଚି ଅଞ୍ଚଳ ତେଣୁ କେବଳ ଆଦିବାସୀ ଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମ ମାନ୍ୟତା ଦିଆଯାଉ, ବିକାଶ ନାମରେ ବିଭିନ୍ନ ପ୍ରକଳ୍ପ ରେ ବିସ୍ଥାପିତ ପରିବାର ଙ୍କୁ ଜମି ପଟ୍ଟା ପ୍ରଦାନ କରି ଥଇଥାନ କରାଯାଉ, ରେଳ ପଥ ନିମନ୍ତେ ଜମି ଅଧିଗ୍ରହଣ ରେ ଉଚିତ ମୂଲ୍ୟ ପ୍ରଦାନ କରାଯାଉ, ସ୍କୁଲ କଲେଜ ରେ ଆଦିବାସୀ ନାବାଳିକା କ୍ଷେତ୍ର ରେ ଅନ୍ୟାୟ, ଅତ୍ୟାଚାର ହେଉଛି.। ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।, ସ୍ୱାସ୍ଥ୍ୟ ସମସ୍ୟା, ଜଙ୍ଗଲ ଜାତ ଦ୍ରବ୍ୟ, ଖଣିଜ ସମ୍ପଦ ରେ ପତ୍ର, ମହୁଲ, ଟଲା, କେନ୍ଦୁ ପତ୍ର ଆଦି ର ଉଚିତ ମୂଲ୍ୟ ପ୍ରଦାନ କରାଯାଉ, ବେଆଇନ ବାଲିଘାଟ,ବେଆଇନ ପଥର କୁଆଁରୀ ଏହାର ପ୍ରଶାସନ ଉଚିତ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉ। ଏଭଳି ଅନେକ ସମସ୍ୟା ମାଲକାନଗିରି ଜ଼ିଲ୍ଲା ରେ ଦୃଷ୍ଟି ଗୋଚର ହୋଇଛି ଯାହାକି ଜ଼ିଲ୍ଲା ପ୍ରଶାସନ, ସହ ରାଜନୈତିକ ନେତୃବୃନ୍ଦ ଦୃଷ୍ଟି ଦେବା ଆବଶ୍ୟକିୟତା ରହିଛି ବୋଲି ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷ ରୁ ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି। ଏହି ଅବସରରେ ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଡିଡ଼ାଇ ସମାଜ ସଭାପତି ବଂଶୀଧର ମୁଦୁଲି, ବଣ୍ଡା ସମାଜ ସଭାପତି ମୁକୁନ୍ଦ ମାଝୀ, ଗାଦବା ସମାଜ ସଭାପତି ଭୀଷ୍ମ ଖିଲ, କନ୍ଧ ସମାଜ ସମ୍ପାଦକ ହରି ଗୋଲରୀ, ଭୂମିଆ ସମାଜ ସଭାପତି ସମାରୁ ନାୟକ, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସମ୍ପାଦକ ଦେବେନ୍ଦ୍ର ଖିଲ,ସାନ୍ତାଳ ସମାଜ ସଭାପତି ବବୁଲୁ ମୁର୍ମୁ, ଦୁରୁଆ ସମାଜ ସଭାପତି ଗୁପ୍ତ ଦୁରୁଆ, କୋୟା ସମାଜ ସମ୍ପାଦକ ଏରା ପଡିଆମୀ, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ କୋଷାଧକ୍ଷ ବୁଦ୍ରା କାର୍ତ୍ତ।ମୀ ଓ ଆଦିବାସୀ ସମାଜ ମହାସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।











