ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ରବି, ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି।
BY-SUBHASMITA-DT-26.4.2026
ମେଷ: ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ।
ବୃଷ: ରବି, ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି। ବୁଧ ଓ ଗୁରୁବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁକ୍ର ଓ ଶନିବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ।
ମିଥୁନ: ରବି, ସୋମ ଓ ମଙ୍ଗଳବାର ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ବୁଧ ଓ ଗୁରୁବାର ଭଲ ଜାଗାରେ ନିବେଶ କରିପାରନ୍ତି। ଶୁକ୍ର ଓ ଶନିବାର ଅଫିସ୍ରେ ନୂଆ ଦାୟିତ୍ବ ଗ୍ରହଣ କରିବେ।
କର୍କଟ: ରବି, ସୋମ ଓ ମଙ୍ଗଳବାର ପୂର୍ବରୁ ଆରମ୍ଭ କରିଥିବା କାମ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର କୋର୍ଟକଚେରିରେ କିଛି ବାଧା ଆସିପାରେ। ଶୁକ୍ର ଓ ଶନିବାର ସକାରାତ୍ମକ ମନୋଭାବ ଆପଣଙ୍କୁ ଲାଭ ଦେବ।
ସିଂହ: ରବି, ସୋମ ଓ ମଙ୍ଗଳବାର ସବୁ କାମ ସରଳତାପୂର୍ବକ ପୂରା ହେବ। ବୁଧ ଓ ଗୁରୁବାର ଜୀବନ ଭଲ ଢଙ୍ଗରେ ଜିଇବା ଲାଗି ପ୍ରୟାସ କରିବେ। ଶୁକ୍ର ଓ ଶନିବାର ସମସ୍ୟା ସମାଧାନ ପାଇଁ ମାର୍ଗ ଖୋଜିନେବେ।
କନ୍ୟା: ରବି, ସୋମ ଓ ମଙ୍ଗଳବାର ଧାର୍ମିକ ସତ୍ସଙ୍ଗକୁ ଯିବେ। ବୁଧ ଓ ଗୁରୁବାର ଚାକିରିରେ ମନପସନ୍ଦ ଜାଗାକୁ ବଦଳି େହାଇପାରନ୍ତି। ଶୁକ୍ର ଓ ଶନିବାର ଜମି ଓ ଭବନରେ ନିବେଶ ପାଇଁ ଭାବିପାରନ୍ତି।
ତୁଳା: ରବି, ସୋମ ଓ ମଙ୍ଗଳବାର ନୂଆ କାମ କରିବା ଲାଗି ନୂଆ ପଦ୍ଧତି ଉପରେ ବିଚାର କରିବେ। ବୁଧ ଓ ଗୁରୁବାର ଧର୍ମକାର୍ଯ୍ୟରେ ମନ ଲାଗିବ। ଶୁକ୍ର ଓ ଶନିବାର ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ।
ବିଛା: ରବି, ସୋମ ଓ ମଙ୍ଗଳବାର ପ୍ରୟାସରେ ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର ସୋସିଆଲ୍ ମିଡିଆରେ ବନ୍ଧୁ ବଢ଼ିବେ।
ଧନୁ: ରବି, ସୋମ ଓ ମଙ୍ଗଳବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମରେ ଭଲ ପରିଣାମ ମିଳିବ।
ମକର: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବୁଧ ଓ ଗୁରୁବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ। ଶୁକ୍ର ଓ ଶନିବାର ଘରର ପରିବେଶ ସକାରାତ୍ମକ ରହିବ।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଶୁକ୍ର ଓ ଶନିବାର ଉନ୍ନତି ପାଇଁ ନୂଆ କାମ କରିବାର ଇଚ୍ଛା ବଢ଼ିବ।
ମୀନ: ରବି, ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବୁଧ ଓ ଗୁରୁବାର ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଶୁକ୍ର ଓ ଶନିବାର ଆମଦାନିର ନୂଆ ଉତ୍ସ ପାଇବେ।
ଚର୍ଚ୍ଚା news












