ଉଦଳା -( ରାଜୀବ କୁମାର ବେହେରା )-
ଶ୍ରୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଭାରତୀୟ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଗଭୀର ଶ୍ରଦ୍ଧା ଓ ଗୌରବର ସହିତ ଉତ୍ସବ ପାଳନ କରାଯାଇଥିଲା।
ଏହି ଉତ୍ସବ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ମୟୁରଭଞ୍ଜ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା। ପୂର୍ବାହ୍ନ ୯.୫୦ ରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା।
ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, କର୍ମଚାରୀ ରମେଶ ପୃଷ୍ଟି, ରାଉତରାୟ ମୁର୍ମୁ, ନୀଳାମ୍ବର ସେନାପତି, ଶ୍ରୀତମ ମହାନ୍ତି, ତପୁ ରଂଜନ ପାତ୍ର, କୈଳାସ ଦନୈକ, ଭବାନୀ ଶଙ୍କର ପଣ୍ଡା ଓ ଉଦୟ ଗୁନ୍ଦୁଆଳ ଉପସ୍ଥିତ ହୋଇ ଏକତ୍ର ହୋଇ “ବନ୍ଦେ ମାତରମ” ଗୀତ ଗାନ କରିଥିଲେ।
ଏହି କାର୍ଯ୍ୟକ୍ରମ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ସତ୍ୟପ୍ରକାଶ ପାତ୍ର, ଅଜିତ ମହାପାତ୍ର ଓ କରୁଣାକର ମହାନ୍ତ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇଥିଲେ।
ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଜାତୀୟ ଭାବନା ଓ ସଂସ୍କୃତିକ ଗରିମା ସହିତ ଏହି ଉତ୍ସବକୁ ଅନୁଭବ କରିଥିଲେ।











