ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା
ଆଙ୍କର/ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କାଲନା ଥାନା ଅନ୍ତର୍ଗତ ଧାତ୍ରୀଗ୍ରାମ ବାରା ସ୍ୱରାଜପୁର ନିକଟରେ ଆଜି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କ ସହିତ ମୋଟରସାଇକେଲରେ ଡାକ୍ତରଙ୍କୁ ଦେଖା କରିବାକୁ କାଲନା ହସ୍ପିଟାଲ ଆସୁଥିଲେ। ସେହି ସମୟରେ ନବଦ୍ୱୀପ କୃଷ୍ଣନଗର ବସ୍ ସହିତ ସେମାନଙ୍କର ଧକ୍କା ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ପିତା ଫରାଜ ମଲ୍ଲିକ ଏବଂ ଝିଅ ନୁରଜାହାନ ଖାତୁନଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଫରହାନା ଖାତୁନ ନାମକ ଆଉ ଏକ ଝିଅର ମଧ୍ୟ କାଲନା ଉପ-ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ଅନ୍ୟ ପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି











