ରାୟଗଡ଼ା
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପଞ୍ଚାୟତ ଠାରେ ଆଜି ରବିବାର ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଓ ବିଜେଡି ଦଳ ଛାଡି ଶତାଧିକ କର୍ମୀ ମାନେ ବିଜେପି ରେ ହେଲେ ସାମିଲ।ସ୍ଥାନୀୟ ମାଁ ବ୍ରାହ୍ମଣୀ ଦେବୀ ମଣ୍ଡପ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ମଣ୍ଡଳ ସଭାପତି ଜି ରାମକ୍ରିଷ୍ଣା ଙ୍କ ସଭାପତିତ୍ବ ରେ ଆୟୋଜିତ ମିଶ୍ରଣ ପର୍ବ ରେ ପୟ ଶବର ,ସୁବାସ ଶବର ଙ୍କ ଶତାଧିକ କର୍ମୀ ମାନେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ। ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଙ୍କ ବିକାଶ ଧାରା ଓ ବିଜେପି ର ଚିନ୍ତାଧାରା କୁ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହେଲେ ବୋଲି କହିଥିଲେ। ନାଇରା ପଞ୍ଚାୟତ ର ସାନ କୁଡ଼ିଙ୍ଗି,ପୂଜାବିଲ,ନାଇରା ଚିନ୍ତାଲଗୁଡ଼ା ର ଅନେକ ଯୁବକ ମାନେ ବିଜେପି ରେ ସାମିଲ ହୋଇଥିଲେ।ଏମାନେ ମିସିବାପରେ ଗୁଣପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ବ୍ଲକ ରେ ବିଜେପି ସୁଦୃଢ ହେବ ବୋଲି ବିଜେପି ନେତା ହରେକୃଷ୍ଣ ପଡ଼ି ସୂଚନା ଦେଇଥିଲେ।ଏହି ସମୟରେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ,ହରେକୃଷ୍ଣ ପାଢ଼ୀ,ଉଦୟ ପାଡ଼ି,ଗୌରୀ ମଣ୍ଡାଙ୍ଗି,ଟୁନା ଶବର ଙ୍କ ସହ ଅନେକ ଆଗ ଧାଡ଼ି ର ବିଜେପି ନେତା ମାନେ ଉପସ୍ଥିତ ରହିଥିଲେ।ଏହା ପୂର୍ବ ରୁ ପ୍ରଧାନ ମନ୍ତ୍ରୀ ଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ଶୁଣିବା ପରେ ଦିନ ୨ଟା ପର୍ଯ୍ୟନ୍ତ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।











