ରାୟଗଡ଼ା ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭୌରଵ ସାହୁ କୁ ଗୁଣିଗାରେଡି ସନ୍ଧେହ ରେ ହତ୍ୟା ଘଟଣାରେ ପଦ୍ମପୁର ପୋଲିସ ଥା ନା କେସ ନମ୍ବର ୬୦/ ୨୦୨୫ ରେ ହୋଇଥିବା ମାମଲା ରେ ଓଡ଼ିଶା ହାଇକୋର୍ଟ ୭ଜଣ ଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଏହି ଘଟଣା ରେ ସାତ ନାବାଳକ ସହ ୩୪ ଜଣ ଙ୍କୁ ଗିରଫ ହୋଇ ଜେଲ ରେ ଥିଲେ। ଆଜି ୮ଜଣ ଙ୍କୁ ଜାମିନ ମିଳିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୨୧ ତାରିଖ ରାତିରେ ପଦ୍ମପୁର ଥାନା ଜୁମୁରୁଗୁଡା ତେଲି ସାହି ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ରେ ଭୌରଵ ସାହୁ ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୨ ଜଣ ଅଭିଯୁକ୍ତ ଙ୍କ ସହ ୭ ନାବାଳିକକୁ ପୋଲିସ ପୂର୍ବ ରୁ ଗିରଫ କରିଥିଲା ଓ ପରେ ଆଉ ୫ ଜଣ ଙ୍କୁ ଗିରଫ କରିଥିଲା । ଏହି ମାମଲା ରେ ସର୍ବମୋଟ ୩୪ ଜଣକୁ ଗିରଫ ହୋଇ ଗୁଣପୁର ଜେଲ ରେ ରହିଥିଲେ । ନାବାଳକ ଙ୍କୁ ଛାଡ଼ି ଗିରଫ ୨୭ ଜଣ ଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟ ୮ ଜଣ ଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବାରୁ ଆଜି ଏହି ୮ ଜଣ ଯଥା ଆଦିତ୍ୟ ସାହୁ, ରଂଜନ ସାହୁ, ସଞ୍ଜୁ ସାହୁ, କାହ୍ନୁ ସାହୁ, ବଂଶି ସାହୁ, ଡମ୍ବ ସାହୁ, ଦୀପୁ ସାହୁ, ଗଦାଧର ସାହୁ ଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଆଜି ଗୁଣପୁର ଏ : ଡି:ଜେ କୋର୍ଟ ରୁ ଜାମିନ ଖଲାସ ହୋଇଥିବା ତାଙ୍କ ଓକିଲ ପ୍ରଦୀପ ଦାସ ଓ ଗୌରୀ ଶଙ୍କର ଦାସ ସୂଚନା ଦେଇଛନ୍ତି ।











