ରାୟଗଡ଼ା
ରାୟଗଡ଼ା ଜିଲ୍ଲା ପଦ୍ମପୁର ବଡ ନାଳ ଠାରେ ଆଜି ରବିବାର କଂଗ୍ରେସ ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କର୍ମୀ ମାନେ ଏକ ହୋଇ ଆଗକୁ ବଢ଼ିବା ଲୋକ ଙ୍କ ପାଇଁ କାମ କରିବା ବୋଲି ଏଠାରେ ଆଲୋଚନା ହୋଇଥିଲା। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ଗୁଣପୁର ନିର୍ବାଚନ ମଣ୍ଡଳୀ ର ପଦ୍ମପୁର ବ୍ଲକ ହେଉଛି ଆଗରୁ କଂଗ୍ରେସ ର ଗଡ ଏହି ଗଡ କୁ ପୁଣି ଥରେ କଂଗ୍ରେସ ଫେରିଛି।ଆଗକୁ ମଜବୁତ୍ କରିବା ସଂଗଠନ ବୃଦ୍ଧି କରିବା। ତୃଣମୂଳ ସ୍ତରରୁ ଦଳ ମଜବୁତ୍ ହେବ ତାହା ଆଲୋଚନା କରିଥିଲେ।ଏଥିରେ ବିଧାୟକ ସମସ୍ତ ଗାଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା।ଶିକ୍ଷା ସ୍ବାସ୍ଥ୍ୟ ପରି ବୁଝି ଗୁରୁତ୍ଵ ଦେବା ବୋଲି କହିଥିଲେ।ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।ଦଳ ଭିତରେ ସମସ୍ତେ ଆମେ ସମାନ ବୋଲି କହିଥିଲେ।ଏହି ସମୟ ରେ ଏମ ସୁରେଶ କୁମାର,ସାହେବ ଶବର,ତରଣୀ ଶତପଥୀ,
ରାଜୀବ ସାହୁ,ରମାକାନ୍ତ ମାଝୀ, ଜୟନ୍ତ ସେନାପତି,ତୁଳସା ଶବର ବୁଦ୍ଧ ଶବର,ଖଇରା ମାଝୀ ଙ୍କ ସହ ଅନେକ କଂଗ୍ରେସ କର୍ମୀ ସମର୍ଥିତ ସରପଞ୍ଚ ସମିତି ମେମ୍ବର ମାନେ ଯୋଗ ଦେଇଥିଲେ।
ପଦ୍ମପୁର ବଡନାଳ ଠାରେ କଂଗ୍ରେସ ର କର୍ମୀ ସମ୍ମିଳନୀ
By Charcha News











