ରାଜ୍ୟ ସରକାରଙ୍କ ଏନ୍ଏସି ମାନ୍ୟତା ନେଇ ସଂକ୍ଷିପ୍ତ ତାଲିକା ଘୋଷଣା କରିବା ପରେ ରାୟଗଡ଼ା ଜିଲ୍ଲା ପଦ୍ମପୁରେ ଅଞ୍ଚଳ ରେ ଏବେ ଅସୋନ୍ତୋଷ ବଢିଛି। ଏହି ତାଲିକାରେ ପଦ୍ମପୁର କୁ ବାଦ ଦିଆଯାଇଛି। ୨୦୧୧ ସେନସେକ୍ସ ରେ ଲୋକସଂଖ୍ୟା ଅନୁଯାୟି ପଦ୍ମପୁର କୁ ଏନଏସି ମାନ୍ୟତା ନେଇ ପୁର୍ବ ସରକାର ଙ୍କ ଅମଳରେ ସର୍ଭେ ହୋଇଥିଲା। ସେହି ସମୟରେ ଲୋକ ସଂଖ୍ୟ ଅଧିକା ରହିଛି। ବର୍ତମାନ ସରକାର ଯେଉଁ ତାଲିକା ଘୋଷଣା କଲେ ପଦ୍ମପୁର କୁ ବାଦ୍ ଦିଆଯାଇଛି। ଏଣୁ ଆଜି ଗୁଣୁପୁର ନିର୍ବାଚନ ମଣ୍ଡଳିର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଧୁଦାଲ ଅଭିଶେକ ଦିଲିପ୍ ଙ୍କୁ ଭେଟି ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାପପରେ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବ ଙ୍କୁ ଏକ ପ୍ରତିନିଧି ଦଳ ଦେଖାକରି ଦାବି ଜଣାଇବେ। ଦାବିମୁତାବକ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକଲେ ରାଜ ରାସ୍ତା କୁ ଓହ୍ନାଇବ ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ପଦ୍ମପୁର ସହର କୁ ଏନ୍ଏସି ମାନ୍ୟତା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
By Charcha News











