ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେବା ପରେ ଏକ ଅଭିନବ ଆଲୋଚନା କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ମମ୍ ଟକ୍ସ’। ଏଥିରେ ସେ ଟେଲିଭିଜନ୍ ଓ ବଲିଉଡ୍ ଜଗତର ବିଭିନ୍ନ ତାରକାଙ୍କ ସହିତ ଗର୍ଭାବସ୍ଥା ଓ ମାତୃତ୍ବ ସମ୍ପର୍କରେ |
BY-SUBHASMITA-DT-6.4.2026
ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେବା ପରେ ଏକ ଅଭିନବ ଆଲୋଚନା କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ମମ୍ ଟକ୍ସ’। ଏଥିରେ ସେ ଟେଲିଭିଜନ୍ ଓ ବଲିଉଡ୍ ଜଗତର ବିଭିନ୍ନ ତାରକାଙ୍କ ସହିତ ଗର୍ଭାବସ୍ଥା ଓ ମାତୃତ୍ବ ସମ୍ପର୍କରେ ମନଖୋଲା ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମର ଟ୍ରେଲର୍ରେ ଦେଖିବାକୁ ମିଳିଛି ସେ ବିକ୍ରାନ୍ତ ମୈସୀ ଓ ତାଙ୍କ ପତ୍ନୀ ଶୀତଲ ଠାକୁରଙ୍କ ଠାରୁ ଆରମ୍ଭ କରି ଇମ୍ରାନ ଖାଁ, ଦିଶା ପରମାର, ନେହା ଧୁପିୟା ଓ ସ୍ବାମୀ ଜୈଦ ଦରବାର ଭଳି ଅତିଥିଙ୍କ ସହିତ ଗର୍ଭାବସ୍ଥା ନେଇ ରହିଥିବା ଅନ୍ଧବିଶ୍ବାସ ଓ ଭୁଲ୍ ଧାରଣା ସମ୍ପର୍କରେ ବିଚାରବିମର୍ଶ କରୁଛନ୍ତି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ବେଳେ ସ୍ବାମୀ ତଥା ରାଜନେତା ରାଘବ ଚଢ଼ାଙ୍କ ଉପରେ ସେ ପ୍ରଶଂସାର ବର୍ଷା କରିଛନ୍ତି।
ଗତ ବର୍ଷ ଏକ ପୁତ୍ରସନ୍ତାନକୁ ଜନ୍ମ ଦେବା ପରେ ରାଘବ ତା’ ଯତ୍ନ ନେବାରେ ସମାନ ଦାୟିତ୍ବ ତୁଲାଉଥିବା କଥା ପରିଣୀତି ପ୍ରକାଶ କରିଛନ୍ତି। ଶାଶୂଘରର ଅନ୍ୟ ସମସ୍ତେ ମଧ୍ୟ ତାଙ୍କୁ ଅନୁରୂପ ସମର୍ଥନ ଦେଇଆସିଛନ୍ତି। ତେବେ ସବୁ ମହିଳାଙ୍କୁ ଏଭଳି ସୌଭାଗ୍ୟ ମିଳେ ନାହିଁ, କିଛି ମହିଳା ଏକାକୀ ସନ୍ତାନକୁ ବଡ଼ କରନ୍ତି। ଗୋଟିଏ ଶିଶୁକୁ ବଡ଼ କରିବାର କିପରି ଅଲଗା ଅଲଗା ଶୈଳୀ ହୋଇପାରେ ତାହା ହିଁ ସେ ‘ମମ୍ ଟକ୍ସ’ କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କୁ ଜଣାଇବାକୁ ଚାହାନ୍ତି। ‘ଜି୫’ରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ୨୦୨୪ର ‘ଅମର ସିଂହ ଚମକିଲା’ରେ ଶେଷ ଥର ପାଇଁ ପରିଣୀତିଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ‘ତଲାସ: ଏ ମଦର୍ସ ସର୍ଚ୍ଚ’ ନାମକ ୱେବ୍ ଧାରାବାହିକ ଆସିବାର ଅଛି ।
ଚର୍ଚ୍ଚା news


