ନୋରାଙ୍କ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର କଳି, ନୋରାଙ୍କ ଭଳି ଶାରୀରିକ ଗଠନ ପାଇଁ ସ୍ତ୍ରୀର ଖାଇବା ବନ୍ଦ କଲା ସ୍ୱାମୀ, ଏଭଳି ଆଶ୍ଚର୍ଯ୍ୟ ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ, ନୋରାଙ୍କ ଭଳି ଶାରୀରିକ ଗଠନ କରିବାକୁ ନେଇ ସ୍ତ୍ରୀର ଖାଇବା ବନ୍ଦ କଲା ସ୍ୱାମୀ, ଦର୍ଶକବନ୍ଧୁ ଆଜିକା ସମୟରେ ଗୋଟେ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି, ଯେଉଁଥି ପାଇଁ କିଏ ଜିମ ଯାଏ ତା ଆଉ କିଏ ଯୋଗ କରେ, ଆଉ କିଛି ଏମିତି ଯୁବକ ଯୁବତୀ ରହିଛନ୍ତି ଯେଉଁମାନେ ଅନେକ ସେଲିବ୍ରେଟି ମାନଙ୍କୁ ଫଲୋ ମଧ୍ୟ କରନ୍ତି, ତେବେ ସେମାନେ ଯାହାବି କରନି ନିଜ ଇଛାରେ ହିଁ କରିଥାନ୍ତି, କିନ୍ତୁ ବର୍ତମାନ ଯେଉଁ ଘଟଣାଟି ସାମ୍ନାକୁ ଆସିଛି, ତାହା ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା, ଗୋଟେ ସ୍ୱାମୀ ତାଙ୍କ ସ୍ତ୍ରୀର ଚେହେରାରେ ପରିବର୍ତ୍ତନ ଆଣିବା ପାଇଁ ଖାଇବା ବନ୍ଦ କରିଛନ୍ତି, ସେ ଚାହୁଁଛନ୍ତି କି ତାଙ୍କ ପତ୍ନୀଙ୍କ ଶରୀର ଅଭିନେତ୍ରୀ ନୋରା ଫଟେଇଙ୍କ ପରି ହେଉ, ଯାହା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର କାରଣ ପାଲଟିଛି, ତେବେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କ ପରି ଶାରୀରିକ ଗଠନ ପାଇବା ପାଇଁ ତାଙ୍କ ସ୍ବାମୀ ତାଙ୍କର ଖାଇବା ବନ୍ଦ କରିଛନ୍ତି, ବଲିଉଡ ଅଭିନେତ୍ରୀ ନୋରା ଫତେହୀ ନିଜ ସୁନ୍ଦର ଚେହେରା ଓ ଚମତ୍କାର ନୃତ୍ୟ ପାଇଁ ଖୁବ ଲୋକପ୍ରିୟ, ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ରହିଛି, ଯୁବକମାନେ ତାଙ୍କ ଭଳି ଶରୀରିକ ଗଠନ ଥିବା ପ୍ରେମିକା ଖୋଜୁଥିବା ବେଳେ ଯୁବତୀମାନେ ତାଙ୍କ ପରି ଶରୀର ପାଇବା ପାଇଁ ଜିମ୍ରେ ଝାଳ ବୁହାଉଥିବା ଦେଖିବାକୁ ମିଳିଥାଏ, ତେବେ ବର୍ତ୍ତମାନ ନୋରାଙ୍କ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥା ଘଟଣା ସଭିଙ୍କୁ ଚକିତ କରିଛି, ଆଉ ଝଗଡା ଆଗକୁ ଏତେ ବଢିଯାଇଛି ଯେ, ସ୍ତ୍ରୀ ବାଧ୍ୟ ହୋଇ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି, ଅଭିନେତ୍ରୀ ପରି ଶାରୀରିକ ଗଠନ ପାଇବା ପାଇଁ ତାଙ୍କ ସ୍ବାମୀ ତାଙ୍କର ଖାଇବା ବନ୍ଦ କରିଦେଇଛନ୍ତି, ମୁରାଦନଗର ପୁଲିସ ଷ୍ଟେସନରେ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ମହିଳାଜଣକ ଦାବି କରିଛନ୍ତି, “ମୋ ସ୍ୱାମୀ ଶିବମ୍ ଉଜ୍ଜ୍ୱଳ ପେସାରେ ଜଣେ ସରକାରୀ ଶାରୀରିକ ଶିକ୍ଷା ଶିକ୍ଷକ, ମୋ ସ୍ୱାମୀଙ୍କୁ ଅଭିନେତ୍ରୀ ନୋରା ଫତେହୀ ବହୁତ ପସନ୍ଦ, ଆଉ ମୋର ଶାରୀରିକ ଗଠନ ଭଲ ନଥିବାରୁ ସେ ଖୁସି ନଥିଲେ, ଯାହାଫଳରେ ସେ ନୋରାଙ୍କ ପରି ଶାରୀରିକ ଗଠନ କରିବାକୁ ମୋତେ ବାଧ୍ୟ କରୁଥିଲେ, ଆଉ ଏଥିପାଇଁ ସେ ମୋତେ ପ୍ରତିଦିନ ତିନି ଘଣ୍ଟା ବ୍ୟାୟାମ କରିବାକୁ ସେ ଚାପ ପକାଇଉଥିଲେ, ଯଦି କୌଣସି ଦିନ ୩ଘଣ୍ଟା ବ୍ୟାୟାମ କରିପାରୁନଥିଲି, ସେଦିନ ସେ ମୋର ଖାଇବା ବନ୍ଦ କରିଦେଉଥିଲେ ବୋଲି ସେ କହିଥିଲେ, ମହିଳାଙ୍କ ଏତଲା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ମାସ ୬ ତାରିଖରେ ସେ ଶିବମଙ୍କୁ ବିବାହ କରିଥିଲେ, ହେଲେ ତାଙ୍କ ସ୍ୱାମୀ କି ଶଶୁର ଘର ଲୋକେ ତାଙ୍କୁ ପସନ୍ଦ କରୁନଥିଲେ, ଯେଉଁଥିପାଇଁ ସବୁଦିନ ତାଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲେ, ତାଙ୍କ ସ୍ୱାମୀ “ତୁମକୁ ବିବାହ କରି ମୋ ଜୀବନ ବର୍ବାଦ ହୋଇଗଲା, ମୋତେ ନୋରାଙ୍କ ଭଳି ଝିଅ ମିଳିଥାନ୍ତେ” ବୋଲି ସବୁବେଳେ କହୁଥିଲେ, ଯାହା ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଏହା ଛଡ଼ା ତାଙ୍କ ସ୍ୱାମୀ ଅନ୍ୟ ଝିଅମାନଙ୍କ ପ୍ରତି ବହୁତ ଆଗ୍ରହୀ ଏବଂ ସେ ସୋସିଆଲ ମିଡିଆରେ ଅନ୍ୟ ଝିଅମାନଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ଦେଖନ୍ତି ବୋଲି ସେ କହିଥିଲେ, ଯେତେବେଳେ ସେ ଗର୍ଭବତୀ ଥିଲେ, ସେତେବେଳେ ତାଙ୍କୁ ନଜଣାଇ ତାଙ୍କ ସ୍ୱାମୀ ତାଙ୍କୁ ଗର୍ଭପାତ ଔଷଧ ଦେଇଥିଲେ, ତେବେ ମହିଳାଙ୍କ ଏଭଳି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି…..
ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହେଲେ ପତ୍ନୀ
By Charcha News



