ଉଦଳା:(ରାଜୀବ କୁମାର ବେହେରା)- ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଗଡିଗାଁ ଅଞ୍ଚଳରେ ପୁଣିଥରେ ରକ୍ତରଞ୍ଜିତ ଘଟଣା ଘଟି ଅଞ୍ଚଳକୁ ଉତ୍ତେଜିତ କରିଦେଇଛି। ପୂର୍ବରୁ ଘଟିଥିବା ଗ୍ୟାସ ଟାଙ୍କି ଚୋରି ଓ ତାହାକୁ କେନ୍ଦ୍ର କରି ହୋଇଥିବା ହତ୍ୟାକାଣ୍ଡର ଆଘାତ ଏଯାଏଁ ମନରୁ ମିଛି ନଥିବା ବେଳେ, ସେହି ଘଟଣା ସହ ସଂପୃକ୍ତ କାନହୁ ମଢେଇଙ୍କୁ ଗାଁ ଭିତରେ ଗୋଡ଼ାଇ ଗୋଡ଼ାଇ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ଓ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।
ସୂଚନା ଅନୁସାରେ, ଗତ ନଭେମ୍ବରରେ ବିସିପୁର ଅଞ୍ଚଳରେ ଗ୍ୟାସ ଟାଙ୍କି ଚୋରି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ଆକ୍ରୋଶରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା କାନହୁ ମଢେଇଙ୍କୁ ନେଇ ପୁଣି ଆକ୍ରୋଶ ସୃଷ୍ଟି ହୋଇଥିଲା।
ଗତକାଲି ଗାଁ ଭିତରେ କୌଣସି ବିବାଦକୁ କେନ୍ଦ୍ର କରିକିଛି ଯୁବକ ଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିବା ବେଳେ, ତାହା ଶୀଘ୍ର ଉଗ୍ର ରୂପ ଧାରଣ କରିଥିଲା। ପରେ କିଛି ବ୍ୟକ୍ତି ସଙ୍ଘବଦ୍ଧ ଭାବେ କାନହୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ହତ୍ୟା କରା ଯାଇଥିବା ଅଭିଯୋଗ ରହିଛି। ମୃତ୍ୟୁ ପୂର୍ବରୁ
ଘଟଣାସ୍ଥଳର କିଛି ଦୃଶ୍ୟ ସିସିଟିଭିରେ ଧରାପଡ଼ିଥିବା ସୂଚନା ମିଳିଛି। ସେହି ଫୁଟେଜ୍ ଆଧାରରେ ଖୁଣ୍ଟା ପୋଲିସ ତଦନ୍ତ ଜୋରଦାର କରିଛି। ଘଟଣା ସମୟରେ ଜଣେ ବ୍ୟକ୍ତିକୁ ଅଟକ ରଖାଯାଇଥିବା ବେଳେ, ଅନ୍ୟ ଜଡିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି।
ପୁଣିଥରେ ଗ୍ରାମ୍ୟ ଅଞ୍ଚଳରେ ଏପରି ସଙ୍ଘବଦ୍ଧ ହିଂସା ଘଟିବା ଆଇନ-ଶୃଙ୍ଖଳା ପ୍ରତି ପ୍ରଶ୍ନ ଉଠାଇଛି। ପ୍ରତିଶୋଧର ରାଜନୀତି ଓ ଗୋଷ୍ଠୀ ଆକ୍ରୋଶ ଯଦି ଏଭଳି ରୂପ ନେଉଥାଏ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଗୁରୁତର ସମସ୍ୟାରେ ପଡ଼ିବ ବୋଲି ସାଧାରଣରେ ପ୍ରକାଶ କରିଛନ୍ତି।
ପୋଲିସ ପକ୍ଷରୁ ଅଞ୍ଚଳରେ କଡା ପହରା ବ୍ୟବସ୍ଥା କରାଯାଇଥିବା ସହ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଜାରି କରାଯାଇଛି। ଘଟଣାର ସଠିକ କାରଣ ଓ ଜଡିତ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଯିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣା କୁ ନେଇ ଖୁଣ୍ଟା ପୋଲିସ ପକ୍ଷରୁ ୫୦ /୨୬ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନା କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ଥିବା ସୂଚନା l
ପୂର୍ବ ଘଟଣାର ପ୍ରତିଶୋଧରେ ରକ୍ତରଞ୍ଜିତ ଗଡିଗାଁ: ଗୋଡ଼ାଇ ଗୋଡ଼ାଇ ଆକ୍ରମଣରେ ଜଣକର ମୃତ୍ୟୁ
By Charcha News











