rabindra nath mohapatro
Place Rayagada
ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ରାୟଗଡା ସହରର ରେଲି ସାହିରେ ଜଣେ 52 ବର୍ଷୀୟ ବ୍ଯକ୍ତିଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଛି। ଟାଙ୍ଗିଆ ମାଡରେ ବ୍ଯକ୍ତିଙ୍କ ଗୋଟିଏ ଗୋଡ ଓ ଅନ୍ଯ ଏକ ଗୋଡର ତିନୋଟି ଆଙ୍ଗୁଳି ଛିଡି ଯାଇଛି। ଗୁରୁତର ଆହାତ ବ୍ଯକ୍ତି ଜଣକ ହେଲେ ରେଲି ସାହିର ଆର୍.ଜେମସ୍। ଆଜି 11 ଟା ସମୟରେ ଜେମସ୍ ସାହିରେ ଠିଆ ହୋଇଥିବା ବେଳେ ତିନି ଜଣ ଯୁବକ ଆସି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଉଭୟଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା। ତାନି ଜଣ ଯୁବକ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ଜେମସ୍ କୁ ଆକ୍ରମଣ କରିଥିଲେ। ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ଯଚିକିତ୍ସିଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ସ୍ବାସ୍ଥ୍ଯବସ୍ତ ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ପକ୍ଷରୁ ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିବା ସହ ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ମରାଣାନ୍ତକ ଆକ୍ରମଣ
By Charcha News











