ପ୍ରଶାନ୍ତ ରାଉଳ/କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ବଙ୍ଗ ପୋଲିସ ମହାନିରୀକ୍ଷକ ରାଜେଶ କୁମାର ଯାଦବ ମିରିକ ହସ୍ପିଟାଲ ପରିଦର୍ଶନ କରିଛନ୍ତି।
ପରିଦର୍ଶନ ପରେ ବିପର୍ଯ୍ୟୟ ସମ୍ପର୍କରେ ତାଙ୍କର ଅପଡେଟ୍:
୧. ଯେଉଁ ଯେଉଁ ଜାଗାରେ ରାସ୍ତା ସଫା ହୋଇଛି ସେଠାରୁ ପର୍ଯ୍ୟଟକ ମାନେ ନିଜ ନିଜ ଘରକୁ ଫେରି ଆସିଲେଣି ପ ଯେଉଁ ଯେଉଁ ରାସ୍ତା ରେ ଏବେବି ପାହାଡ ଅତଡ଼ା ଖସି ରାସ୍ତା ବନ୍ଦ ରହିଛି ପରିଷ୍କାର ନହେବା ପର୍ଯ୍ୟନ୍ତ ପ୍ରଶାସନ ଦାର୍ଜିଲିଂ ଓ ଆଖ ପାଖ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକମାନଙ୍କୁ ହୋଟେଲରେ ରହିବାକୁ ଅନୁରୋଧ କରିଛି।
୨. ଆମେ ରାଜ୍ୟ ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ସରକାରଙ୍କୁ ବିପର୍ଯ୍ୟୟ ରିପୋର୍ଟ ପ୍ରଦାନ କରିଛୁ। ଏହାକୁ କେଉଁ ପ୍ରକାରର ବିପର୍ଯ୍ୟୟ ଘୋଷଣା କରାଯିବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ।
୩. ଜନସାଧାରଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସାହାଯ୍ୟ ପାଇଁ ମୁଁ କୃତଜ୍ଞ।
୪. ଏସଡିଆରଏଫ ଏବଂ ଏନଡିଆରଏଫ ଦଳ ଗତ କାଲି ରୁ ମିରିକରେ ପହଞ୍ଚିଛନ୍ତି। ସେମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଶାସନ ଏକ ସାମୁଦାୟିକ ରୋଷେଇ ଘର ବ୍ୟବସ୍ଥା କରୁଛି।
୫. ୧୧ ଜଣଙ୍କ ମୃତଦେହ ମିରିକ ହସ୍ପିଟାଲକୁ ଅଣାଯାଇଛି। ସୁକେ ପୋଖରୀରୁ ଅନେକ ଆହତଙ୍କ ସୂଚନା ମଧ୍ୟ ମିଳିଛି।
୬. ଡାକ୍ତରଙ୍କ ଏକ ଅତିରିକ୍ତ ଦଳ ଖୁବ୍ଶୀଘ୍ର ମିରିକରେ ପହଞ୍ଚି ଛନ୍ତି ଆଉ କିଛି ଆସିବେ
Byte ଦାର୍ଜିଲିଂ ରୁ ନିଜ ଘରକୁ ଫେରି ଯାଉଥିବା ପର୍ଯ୍ୟଟକ ଙ୍କ
umar Yadav byte











