ରବୀନ୍ଦ୍ର ନାଥ ମହାପାତ୍ର
ଲଗାଣ ବର୍ଷା ପ୍ରଭାବରେ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ପୁଟାସିଂ ଓ ଟଲାନା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ରାସ୍ତା କାଟିବା ସହ ବିଭିନ୍ନ ସ୍ଥାନରେ ଘାଟିରୁ ପଥର ପଡ଼ି ରାସ୍ତା ଅବରୋଧ ହୋଇଛି।ଅନେକ ଧାନ ଜମି ରେ ବନ୍ୟା ପାଣି ମାଡି କ୍ଷୟକ୍ଷତି ହୋଇଛି।ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଳକା,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପହଞ୍ଚି ଗୁଣପୁର ଓ ପଦ୍ମପୁର ବ୍ଲକ ଗ୍ରସ୍ତ କରି ପ୍ରଭାବିତ ଅଞ୍ଚଳ କୁ ବୁଲି ଦେଖୁଥିଲେ। ପ୍ରଥମେ ଟଳନା ପଞ୍ଚାୟତ ର ବଡମାସିଂଗ ରାସ୍ତା ପୁଟାସିଂ ହାଇସ୍କୁଲ ଶଗଡ଼ା ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ବୁଲି ଦେଖିଥିଲେ।ଅତି ଶୀଘ୍ର କ୍ଷୟ ରାସ୍ତା ନିର୍ମାଣ ଫସଲ ନଷ୍ଟ ହୋଇଥିବା କ୍ଷୟ କ୍ଷତି ଆକଳନ କରିବା ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ।ପରେ ସେ ପଦ୍ମପୁର ବ୍ଲକ ର ଲିକିଟିପଦର,ନୂଆଗଡ ପଞ୍ଚାୟତ କୁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ।ପରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଳକର୍ନି ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲପ ,ଜିଲ୍ଲାପାରିଷଦ ଉନ୍ନୟନ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ, ବିଡ଼ିଓ ସ୍ୱାତିକ ଜମାଦାର ବ୍ଲକ ଉପ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାସ୍ତା କାମ କୁ ଯୁଦ୍ଧ କାଳୀନ ଭିତରେ ରାସ୍ତା ମରାମତି କାମ ସରିବା ପାଇଁ ବିଡ଼ିଓ ଙ୍କୁ କହିଥିଲେ ଏପଟେ ବର୍ଷା କମିଛି।ବଂଶାଧାରା ନଦୀ ରେ ଧୀରେ ଧୀରେ ପାଣି କମି କମି ଆସୁଛି କୌଣସି ଜାଗାରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଥିଲେ ରାୟଗଡ଼ା ଜିଲ୍ଲାପାଳ।
ପ୍ରଭାବିତ ଅଞ୍ଚଳ କୁ ପରିଦର୍ଶନ କରିବା ସହ ଯୁଦ୍ଧକାଳୀନ ଭିତରେ ରାସ୍ତା କାମ ଆରମ୍ଭ
By Charcha News











