କୃଷ୍ଣ ପ୍ରସାଦ/ ଦେବେନ୍ଦ୍ର ନାଥ ଦଳାଇ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ରାମେଶ୍ୱର୍ ପୁର ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ତ୍ରିନାଥ ଦେବଙ୍କ ପୀଠରେ ତିନିଦିନ ବ୍ୟାପି ବାର୍ଷିକ ଉତ୍ସବ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଯାଇଅଛି।ଆଜିର ଉଦଯାପନୀ ଦିବସ ଅବସରରେ ଯଜ୍ଞ ପୂର୍ଣ୍ଣ ଆହୁତି ,ସହିତ ନାମ ଯଜ୍ଞ, ତ୍ରିନାଥ ମେଳା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପରେ ପରେ ସାହି ଯାତ ଓ ପାରମ୍ପରିକ ସମର କଳା ସହିତ ଗ୍ରାମ ର ପାଇକ ଆଖଡ଼ା ତଥା ନାମ ସଙ୍କୀର୍ତ୍ତନ ଶୋଭା ଯାତ୍ରା ଓ ପାଟ ପଟୁଆର କରା ଯାଇ ପ୍ରଭୁ ତ୍ରିନାଥ ଦେବଙ୍କୁ ଗ୍ରାମ ପରିକ୍ରମଣ କରା ଯାଇ ଥିଲା । ଗ୍ରାମର କଳାକାର ସୁବୋଧ ପଲାଇ ଓ ପବିତ୍ର ଶ୍ରୀ ଚନ୍ଦନ ଙ୍କ ଦ୍ଵାରା ପ୍ରତ୍ୟହ ତ୍ରିନାଥ ମେଳା ଓ ଭାଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଆଜି ମନୋରଞ୍ଜନ କାର୍ଯ୍ୟ କ୍ରମରେ ଓଡ଼ିଶାର ସୁନାମ ଧନ୍ୟ ଯାତ୍ରା ପାର୍ଟି ସ୍ଵର୍ଣ୍ଣ ମହଲର କଳା କାରଙ୍କ ଦ୍ବାରା ଯାତ୍ରା, ସ୍ଵାମୀ ପାଇଁ ପଛେ ନର୍କକୁ ଯିବି, ନାଟକ ସମସ୍ତ ଦର୍ଶକ ମାନଙ୍କ ମନରେ ଏକ ସୁସ୍ଥ ସମାଜ ଗଠନରେ ପ୍ରେରଣା ସୃଷ୍ଠି କରିଥିଲା।ଠାକୁରଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ
ଗ୍ରାର ସଭା ପତି ରମେଶ ଚନ୍ଦ୍ର ପଲାଇ, ପୂର୍ବତନ ସଭା ପତି ସୁରେନ୍ଦ୍ର କୁମାର ପଲାଇ,କୃପାସିନ୍ଧୁ ପ୍ରଧାନ,ପରୀକ୍ଷିତ ସ୍ୱାଇଁ,ପ୍ରମୋଦ ପଲାଇ,ଅତୁଳ ଚନ୍ଦ୍ର ପଲାଇ,ଚିତ୍ରସେନ ସାହୁ,ଯୋଗେନ୍ଦ୍ର କୁମାର ସାହୁ,ବିନୁ ପଲାଇ ଏବଂ ଅତୁଲ୍ୟ କୁମାର ସାହୁ ପ୍ରମୁଖ ଗ୍ରାମ ବାସୀ ଙ୍କ ଦ୍ଵାରା କମିଟି ଗଠନ କରାଯାଇ ଥିଲା। ଆଜି ଯାତ୍ରା ଦେଖିବା ପାଇଁ ଆଖ ପାଖ ଗ୍ରାମରୁ ସହ ସହ ଲୋକ ମାନଙ୍କର ଭିଡ ଲାଗି ରହିଥିଲା। ଏହି ଯାତ୍ରା ଅବସରରେ ସି ଆର ସି ସି ବିଦ୍ୟାଧର ଜେନା,ବିଦ୍ୟାଳୟର ପ୍ରଧାଶିକ୍ଷକ ଅଭିରାମ କେଇ,ସି ଆର ସି ସି କୈଳାଶ ମଲ୍ଲିକ ଶିକ୍ଷକ ସାଗର ଗୁରୁ,ସତ୍ୟବାଦୀ ଗୁର୍ ଇକୁବାଲ୍ ମହମ୍ମଦ,ବିପିନ ଜେନା ପ୍ରମୁଖ ଯୋଗଦାନ କରିଥିଲେ।ପ୍ରଭୁ ତ୍ରିନାଥ ଦେବ ଙ୍କ ଯାତ୍ରା ଯୋଗୁ ଗ୍ରାମରେ ଉତ୍ସାହ ଦେଖା ଯିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା।
ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସଭ୍ ଉଦଯାପିତ
By Charcha News












