ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଧାନ ପାଚି ଅମଳ ହେବାକୁ ଲାଗିଲାଣି ହେଲେ ମଧ୍ୟ କେନାଲ ରେ ପାଣି ଆସୁଛି।ପାଣି ଆସିବା ଫଳରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି।କେନାଲ ରେ ଆସୁଥିବା ପାଣି କୁ ଅତି ଶୀଘ୍ର ବନ୍ଦ କରିବା ସକାଶେ ଆଜି ଗୁରୁବାର ଶତାଧିକ ଚାଷୀ ମାନେ ଆସି ଲିଖିତ ଭାବରେ ବଡନାଳ ଉପ ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାବି ପତ୍ର ଦେଇଛନ୍ତି । ଏପଟେ ଦାୟିତ୍ଵ ରେ ଥିବା କତୃପକ୍ଷ ସୁଚନା ଦେଇଥିଲେ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ ନାଳ ଜଳ ଭଣ୍ଡାର ରୁ ଜମି କୁ ଜଳ ସେଚନ କରିବା ସକାଶେ ଦୀର୍ଘ ୪ମାସ କେନାଲ ମାଧ୍ୟମ ରେ ପାଣି ଦିଆଯାଇଥିଲା।ହେଲେ ଚଳିତ ବର୍ଷ ତଳମୁଣ୍ଡରେ ଥିବା ୫ଟି ପାଣି ପଞ୍ଚାୟତର ଚାଷୀ ମାନେ କୃଷି ବର୍ଷ ଆରମ୍ଭ ରୁ ପାଣି ଅଭାବରୁ ଧାନ ବୁଣା ଓ ରୁଆ କାମ ଅଗଷ୍ଟ ମାସ ଶେଷ ହୋଇ ଯାଇଥିଲା। ଯାଫଳରେ ଧାନ ବାହାରିବା ଲେଟ ହୋଇଥିଲା।ଏଣୁ ନଭେମ୍ବର ୧୫ରେ ପାଣି ବନ୍ଦ ହୋଇଥାନ୍ତା ।ଆହୁରି ଅଧିକ ଦଶ ଦିନ ପାଣି ଛାଡ଼ିବାକୁ ଅନୁରୋଧ କରିଥିଲେ ଚାଷୀ ମାନେ।ଏଣୁ ସେମାନଙ୍କ ପାଇଁ ଅଧିକ ପାଣି ଛଡ଼ା ଯାଇଥିଲା।ଏବେ ପୁଣି ଆହୁରି ୧୫ଦିନ ଅଧିକା ଛାଡ଼ିବାକୁ କହିବାରୁ ଆଜି ଅନ୍ୟ ଚାଷୀ ଭାଇ ମାନେ ଆସି ଧାନ ଅମଳ ହେଲାଣି ଡିସେମ୍ବର ମାସ ୪ ତାରିଖ ହେଲାଣି ଆଉ ପାଣି ଛାଡ଼ିଲେ ବ୍ଲକ ର ୮୦ଭାଗ ଚାଷୀ ଙ୍କ ଧାନ ନଷ୍ଟ ହୋଇଯିବ ବୋଲି କତୃପକ୍ଷ ଙ୍କୁ କହିବାରୁ ପାଣି ବନ୍ଦ କରିଦିଆଗଲା ବୋଲି ସୂଚନା ଦେଇଥିଲେ ଉପ ନିର୍ବାହୀ ଯନ୍ତ୍ରୀ।











