ବାରିପଦା (ମୟୁରଭଞ୍ଜ)- ( ରାଜୀବ କୁମାର ବେହେରା)-: ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ତମ ବର୍ଷପୂର୍ତ୍ତି ଉପଲକ୍ଷେ ଆଜି ମୟୁରଭଞ୍ଜ ଜିଲ୍ଲା ପୁଲିସ ମୁଖ୍ୟାଳୟ (DPO) ରେ ଏକ ସରଳ କାର୍ଯ୍ୟକ୍ରମ ଆୟୋଜିତ ହେଲା।
ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ପୁଲିସ ଅଧୀକ୍ଷକ (SP) ସହିତ ବରିଷ୍ଠ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ହୋଇ ରାଷ୍ଟ୍ରୀୟ ଗୀତ ପ୍ରତି ଶ୍ରଦ୍ଧା ଜଣାଇଲେ। ଏହି ଗୀତ ଆମ ସମସ୍ତଙ୍କୁ ମାତୃଭୂମି ପ୍ରତି ସେବା, ସମର୍ପଣ ଓ ରକ୍ଷାର ପ୍ରେରଣା ଦିଏ। କାର୍ଯ୍ୟକ୍ରମର ଶେଷରେ ସମସ୍ତେ “ବନ୍ଦେ ମାତରମ” ଓ “ଜୟ ହିନ୍ଦ” ଧ୍ୱନିରେ ମାତୃଭୂମିକୁ ନମନ କରିଲେ।











