ମାଲକାନଗିରି,ମାନସ୍ ନେତାମ୍
ଦିନରେ ରାଜ୍ୟର ପୂର୍ବ ସରକାର ମାଲକାନଗିରି ଜ଼ିଲ୍ଲା ରୁ ଆରମ୍ଭ କରିଥିଲେ ବାୟୁ ସ୍ୱାସ୍ଥ୍ୟ ସେବା କିନ୍ତୁ ୨୦୨୩ ରୁ ବାୟୁ ସ୍ୱାସ୍ଥ୍ୟ ସେବା ବନ୍ଦ ହୋଇଯାଇଥିଲା ବନ୍ଦ ପଡ଼ିଥିବା ଏହି ଯୋଜନା କୁ ପୁଣି ରାଜ୍ୟ ସରକାର ଙ୍କ ନିଷ୍ପତି ପରେ ଆଜି ଠାରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ମାଲକାନଗିରି ଜ଼ିଲ୍ଲା ଠାରୁ ଆରମ୍ଭ ହୋଇଛି। ସେଥିପାଇଁ ୧୨ ଜଣିଆ ବିଶେଷଜ୍ଞ ଡାକ୍ତର ବିମାନ ଯୋଗେ ଆସି ପହଁଚିଛନ୍ତି। ୪ ଦିନ ସ୍ୱାସ୍ଥ୍ୟ ସେବା କ୍ୟାମ୍ପ ଅଗଷ୍ଟ ୧୮ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବ ବୋଲି ଜଣାପଡିଛି। ଏଥିରେ ନେପରୋଲୋଜି, କ।ରଡ଼ିଓଲୋଜି, ନିରୋଲୋଜି, ଗେଷ୍ଟ୍ରୋଣ୍ଟ ଓଲୋଜି, ଏଣ୍ଡ୍ରୋପଲୋଜି, ଏନାସଥେସିଆ ବିଶେସଜ୍ଞ ଡାକ୍ତର ମାନେ ଉତ୍ତମ ସ୍ଵାସ୍ତ୍ୟ ସେବା ଯୋଗାଇବେ ବୋଲି ଜଣାପଡିଛି। ପଛୁଆ ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆରମ୍ଭ କରିଥିଲେ ବାୟୁ ସ୍ୱାସ୍ଥ୍ୟ ସେବା। ରାଜ୍ୟ ସରକାର ପୁଣି ଆରମ୍ଭ କରିଛନ୍ତି ଏହି ଯୋଜନା ଏହା ଦ୍ଵାରା ମାଲକାନଗିରି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଜିଲ୍ଲା ସଦରରେ ହିଁ ମିଳିବ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା। ସହ ସହ ରୋଗୀଙ୍କ ପାଇଁ ଏହା ବରଦାନ ପାଲଟି ଥିବା ବେଳେ ଏହି ସେବା ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନୂଆ ସରକାର ପୁଣି ଆରମ୍ଭ କରିବା କୁ ଯାଉଛନ୍ତି। ସୂଚନା ଥାଉକି ଗତ ୨୦୨୧ମସିହାରେ ତତ୍କାଳୀନ ସରକାର ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଥିଲେ । ଏହା ଗତ ୨୦୨୩ ମସିହା ଶେଷ ଆଡକୁ ବନ୍ଦ ହୋଇଯାଇଥିବା ବେଳେ ଆଉ ଏହି ସେବା ଆରମ୍ଭ ହୋଇ ପାରିନଥିଲା। ଆଜି ପୁନଃ ଆରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ଜ଼ିଲ୍ଲା କୁ ଆସି ପହଂଚି ଛନ୍ତି ଏହି ବିଶେଷଜ୍ଞ ଡାକ୍ତର ଙ୍କ ମଧ୍ୟ ରେ ଡାକ୍ତର ଜ୍ୟୋତିର୍ମୟ ନାୟକ, ଡାକ୍ତର ଅଭାଂଶ ଟାଉଙ୍କ, ଡାକ୍ତର ଧୀରେଜ କୁମାର ଲେଙ୍କା, ଡାକ୍ତର ସଂଘମିତ୍ରା ସାହୁ, ଡାକ୍ତର ସୀତାକାନ୍ତ ପଣ୍ଡା, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ରଞ୍ଜନ କୁମାର ମହାନ୍ତି, ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର କୈବଲ୍ୟ ରଞ୍ଜନ ଦାସ, ଆଉଜ୍ଜ୍ୱଳୟ କୁମାର ଜେନା, ଡାକ୍ତର ବିଜୟ କୁମାର ସାହୁ, ଡାକ୍ତର ରାଜ କୁମାର ମହାପାତ୍ର ଏହି ପରି ୧୨ ଜଣ ବିଶେଷଜ୍ଞ ଡାକ୍ତର ସ୍ୱତନ୍ତ୍ର ବିମାନ ଯୋଗେ ଆସି ମାଲକାନଗିରି ରେ ପହଂଚି ଛନ୍ତି। ପୂର୍ବରୁ ବାୟୁ
ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ବେଳେ ୫୪୧ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀ ଏହି ଯୋଜନାର ଭଲ ହୋଇ ପାରିଥିଲେ। ବିଶେଷଜ୍ଞ ଡାକ୍ତର ମାନେ ଗୁରୁତର ରୋଗୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇଦେବେ। ଆଜି ଠାରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ ହେବା ଶୁଣି ଜ଼ିଲ୍ଲା ବାସି ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଜ଼ିଲ୍ଲାବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି












