ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଓ ମୁନିଗୁଡ଼ା ଠାରେ ଆଜି କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ରିସୈକେଲିଂଗ ATM ର ଶୁଭ ଉଦଘାଟନ ହୋଇଯାଇଛି।ଏକା ଥରେ ଏହି ଏଟିଏମ୍ ରେ ଟଙ୍କା ଉଠାଣ ଓ ଟଙ୍କା ବନ୍ଧା ହୋଇପାରିବ ବୋଲି ସଭାପତି ଶ୍ରୀଯୁକ୍ତ ପାଣିଗ୍ରାହୀ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କୋରାପୁଟ ସମବାୟ ବ୍ୟାଙ୍କ ର ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ପ୍ରଥମେ ପଦ୍ମପୁର ପରେ ଗୁଣପୁର ତା ପରେ ମୁନିଗୁଡ଼ା ଠାରେ ମଧ୍ୟ ATM ର ଶୁଭ ଉଦଘାଟନ ହୋଇଯାଇଛି।ପଦ୍ମପୁର ଶାଖା ପରିସରରେ ଗୋଲାଡ ଲୋନ୍ ର ବ୍ୟବସ୍ଥା ସହ ଗ୍ରାହକ ମାନଙ୍କ ପାଇଁ ଲୋକର ମଧ୍ୟ ସୁବିଧା କରାଯାଇଥିବା କହିଛନ୍ତି।ଏହି ଶୁଭ ଉଦଘାଟନ ସମୟରେ ରାୟଗଡ଼ା ଡିଭିଜନ ର ମୁଖ୍ୟ ଜନ୍ମଜେୟ ମହାପାତ୍ର,କେଶିଶି ବ୍ୟାଙ୍କ୍ ଡାଇରେକ୍ଟର ରମାକାନ୍ତ ରାହୁଲ,ବାନାଗାଡ଼ି ତ୍ରିପତି ରାଓ,ବୃନ୍ଦାବନ ଶବର,ସମ୍ପାଦକ ଐସୁରାୟ ମହାନ୍ତି ଏଜିଏମ୍ ହରିଶ ଚନ୍ଦ୍ର ବନାଗାଡ଼ି ଉପସ୍ଥିତି ରହିଥିଲେ।ପରେ ଚାଷୀ ଭାଇ ମାନଙ୍କ ଏହି ବ୍ୟାଙ୍କ ରେ ଏବେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ବୋଲି ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜର ସୂଚନା ଦେଇଥିଲେ।
କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ଗୁଣପୁର,ପଦ୍ମପୁର ଓ ମୁନିଗୁଡ଼ା ଠାରେ ATM ଶୁଭ ଉଦଘାଟନ
By Charcha News












