ଉଦଳା, ମୟୂରଭଞ୍ଜ (ରାଜୀବ କୁମାର ବେହେରା):ପୁଣି ଉଦଳା ଅଞ୍ଚଳରେ ଆଇନ ଶୃଙ୍ଖଳା କୁ ନେଇ ? ବାରମ୍ବାର ଚୋରୀ ହେଲେ ପୋଲିସର ହାତ ଖାଲି lମୟୂରଭଞ୍ଜ ଜିଲ୍ଲା ଉଦଳା NACର ୧୧ ନମ୍ବର ୱାର୍ଡରେ ଏକ ବଡ଼ ଚୋରି ଘଟଣା ସାମ୍ନାକୁ ଆସିଛି। ରଥଯାତ୍ରା ଦେଖିବା ପାଇଁ ପରିବାର ସଦସ୍ୟମାନେ ଘର ବାହାରେ ଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ନଗଦ ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଭାଗୀରଥୀ ସାହାଙ୍କ ପରିବାର ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘର ଖାଲି ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମୁଖ୍ୟ ଗେଟର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଗଡ଼ରେଜ ଆଲମାରି ଭାଙ୍ଗି ଘରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।
ପୀଡ଼ିତ ପରିବାରଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୪ ଲକ୍ଷ ୨୩ ହଜାର ଟଙ୍କା ନଗଦ ଏବଂ ୨୩ରୁ ୨୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଛି। ଏହି କ୍ଷତିର ପରିମାଣ ସମ୍ପର୍କରେ ପୋଲିସର ସରକାରୀ ନିଶ୍ଚିତକରଣ ଆସିବା ବାକି ରହିଛି।
ଘଟଣା ପରେ ଉଦଳା ଥାନା ପୋଲିସ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଚୋରମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର ପାଇଁ ପଦକ୍ଷେପ ନେଉଛି।
ଏହି ଘଟଣା ପରେ ଉଦଳା ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମ୍ପ୍ରତି ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ଘଟୁଥିବାରୁ ସହରବାସୀଙ୍କ ମଧ୍ୟରେ ଉଦ୍ବେଗ ବଢ଼ୁଛି। ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି।
ପୁଣି ଉଦଳା NACରେ ବଡ଼ ଚୋରି: ରଥଯାତ୍ରା ଦେଖି ଫେରିବା ବେଳକୁ ଘରୁ ଲକ୍ଷାଧିକ ଟଙ୍କାର ନଗଦ ଓ ସୁନା ଗାୟବ
By Charcha News












