ଉଦଳା /ରାଜୀବ କୁମାର ବେହେରା :-ଗାଁ ଭିତରେ ଭାଲୁ ଆତଙ୍କ, ଯାହାକୁ ଦେଖୁଛି ଗୋଡ଼lଉଛି , ଏହାରି ଭିତରେ ଜଣକୁ ଘାଇଲା କରିଛି l ବାତ୍ୟା ‘ମନ୍ଥା’ ର ତାଣ୍ଡବ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ କପ୍ତିପଦା ବନାଞ୍ଚଳ ଅଞ୍ଚଳର ରାଢୋ ଡିହିରାକୁଳ ଗ୍ରାମ ରେ ଆଶ୍ଚର୍ଯ୍ୟଜନକ ଭାବେ ଏକ ଭାଲୁ ଆକ୍ରମଣ ଘଟିଛି।ସକାଳ ସମୟରେ ଗ୍ରାମର ୬୮ ବର୍ଷୀୟ ସୋମନାଥ ପ୍ରଧାନ ଘର ନିକଟରେ ଫୁଲ ତୋଳିବାକୁ ଯାଇଥିବା ବେଳେ ହଠାତ୍ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ତାଙ୍କ ଡାହାଣ ହାତକୁ କାମୁଡ଼ି ଓ ଛାତି ଅଞ୍ଚଳକୁ ବିଦାରିଦେଇଥିଲା, ଯାହାରେ ବୃଦ୍ଧ ଗୁରୁତର ଆହତ ହୋଇଥିଲେ।ତାଙ୍କ ଚିତ୍କାର ଶୁଣି ଘର ନିକଟରେ ଥିବା ଷଣ୍ଢ ଓ କୁକୁର ରାଗିଯାଇ ଭାଲୁ ଉପରେ ଆକ୍ରମଣ କରିଥିଲେ, ଯାହାରେ ଭୟଭୀତ ଭାବେ ଭାଲୁଟି ଗାଁ ଭିତରୁ ପଳାଇ ଯାଇଥିଲା।ଘଟଣା ପରେ ଗ୍ରାମବାସୀ ଓ ପରିବାରଲୋକ ଦୌଡିଆସି ଗୁରୁତର ଅବସ୍ଥାରେ ସୋମନାଥଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣା ଫଳରେ ଗାଁ ଓ ପାଖପାଖି ଅଞ୍ଚଳରେ ଭାଲୁ ଆତଙ୍କ ସୃଷ୍ଟି ହୋଇଛି। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳ ପହଞ୍ଚି ଆହତ ବୃଦ୍ଧଙ୍କୁ ଭେଟି ସମୀକ୍ଷା କରିଛନ୍ତି ଓ ଭାଲୁ ଟି ଥିବା ଅଞ୍ଚଳରେ ଖୋଜାଅଭିଯାନ ଆରମ୍ଭ କରିଛନ୍ତି l
ବାତ୍ୟା ‘ମନ୍ଥା’ ର ତାଣ୍ଡବ ମଧ୍ୟରେ ଅଭାବନୀୟ ଘଟଣା ଗାଁରେ ଭାଲୁ
By Charcha News











