ପ୍ରଶାନ୍ତ ରାଉଳ / କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ହୁଗୁଳି ଜିଲ୍ଲା ସ୍ଥିତ ମାନକୁଣ୍ଡୁ ଅଞ୍ଚଳ ରେ କନୈଲାଲ ପଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ବାତ୍ୟା ମୋନ୍ଥା ପ୍ରଭାବ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସର୍ବବୃହତ ଜଗଦ୍ଧାତ୍ରୀ ପୂଜା ମଣ୍ଡପ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ 8 ଜଣ ରୁ ଉର୍ଦ୍ଧ ମଣ୍ଡପ ବୁଲିବାକୁ ଆସିଥିବା ଦର୍ଶନାର୍ଥୀ ଆହତ ହୋଇଛନ୍ତି। ପ୍ରଶାସନିକ ସୂତ୍ରରୁ ଜଣାପଡିଛି ଯେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଚନ୍ଦନନଗର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି।
ଘଟଣା ପରେ ଅଞ୍ଚଳରେ ଚରମ ଆତଙ୍କ ସୃଷ୍ଟି ହୋଇଥିଲା, କିନ୍ତୁ ପ୍ରଶାସନ ତୁରନ୍ତ ଉଦ୍ଧାର ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛନ୍ତି











